ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଜେରା କଲା ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଜେରା କଲା ପୁଲିସ । ତେବେ ରିପୋର୍ଟରୁ ପ୍ରକାଶ ଅଭିନେତା ସଲମାନଙ୍କୁ ସମ୍ବୋଧିତ କରି ଲେଖା ଯାଇଥିବା ଧମକପୂର୍ଣ୍ଣ ଚିଠିର ଶେଷରେ ‘ଏଲ.ବି’ ଲେଖା ଯାଇଥିଲା। ଯାହାକି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଆଦ୍ୟାକ୍ଷରକୁ ସୂଚାଉଥିଲା। ଜୁନ୍ ୫ ତାରିଖରେ ସଲମାନଙ୍କୁ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା କରିବା ପାଇଁ ଏହି ଧମକପୂର୍ଣ୍ଣ ପତ୍ର ପଠା ଯାଇଥିଲା।

ହିନ୍ଦୀ ଭାଷାରେ ଲେଖା ଯାଇଥିବା ଏହି ଚିଠିରେ କୁହା ଯାଇଥିଲା ଯେ ଉଭୟ ସଲିମ ଖାନ ଏବଂ ତାଙ୍କ ସଲମାନ ଖୁବ୍ ଶୀଘ୍ର ନିହତ ଗାୟକ ସିଦ୍ଧୁ ମୁସୱାଲା (ତେରା ମୁସାୱାଲା ବାନା ଡେଙ୍ଗେ)ଙ୍କ ପରି ସମାନ ଭାଗ୍ୟକୁ ଭେଟିବେ ବୋଲି ପୁଲିସ ନାମ ଗୋପନ ରଖିବା ସର୍ତ୍ତରେ କହିଛି। ଏହା ପୂର୍ବରୁ ମହାରାଷ୍ଟ୍ର ଗୃହ ବିଭାଗ ଏହି ଧମକପୂର୍ଣ୍ଣ ପତ୍ର ମିଳିବା ପରେ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରିଥିଲା। ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ’ଧମକ ପତ୍ର’ ପଠାଇବା ଅଭିଯୋଗରେ ମୁମ୍ବାଇ ପୁଲିସ ରବିବାର ଦିନ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ଦାଖଲ କରିଛି।

Related Posts