ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ୍ । ପାକିସ୍ତାନ ରେ ଲିଟର ପିଛା ପେଟ୍ରୋଲ ୨୩୩.୮୯ ଟଙ୍କାରେ ପହଁଚିଯାଇଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ପାକିସ୍ତାନ ପୁଣି ପେଟ୍ରୋଲର ଦାମ୍ ୨୪ ଟଙ୍କା ବୃଦ୍ଧି କରିଛି । ସେହିପରି ଡିଜେଲ ଦାମ୍ ମଧ୍ୟ ୧୬.୩୧ ଟଙ୍କା ବଢି ୨୬୩.୩୧ ହୋଇଯାଇଛି ।
ପାକ୍ ସରକାର ବୁଧବାର ତୈଳଦର ବୃଦ୍ଧି ନେଇ ଘୋଷଣା କରିଥିଲେ । ଗତ ୨୦ ଦିନ ମଧ୍ୟରେ ତୈଳଦରରେ ତୃତୀୟ ଥର ପାଇଁ ବୃଦ୍ଧି ଘଠିଛି । ବୁଧବାର ମଧ୍ୟ ରାତ୍ରରୁ ନୂଆ ଦର ଲାଗୁ ହୋଇଯାଇଛି ।
କେବଳ ପେଟ୍ରୋଲ ଓ ଡିଜେଲ ନୁହେଁ, କିରାସିନୀ ମଧ୍ୟ ୨୯.୪୯ ଟଙ୍କା ବୃଦ୍ଧି ପାଇ ୨୧୧.୪୩ ଟଙ୍କାରେ ପହଁଚିଛି । ତେବେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବଢିଛି । ତେଣୁ ଲୋକଙ୍କ ଉପରେ ବୋଝ ଲଦାଯାଉଛି । ଏହାର ଅନ୍ୟ ବିକଳ୍ପ ନାହିଁ ବୋଲି ପାକ୍ ଅର୍ଥମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ୨୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଲିଟ୍ର ପିଛା ୮୪ ଟଙ୍କା ବଢିଲାଣି ।
