ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଓଲଟିଲା ତୀର୍ଥଯାତ୍ରୀ ବସ୍: ୩୦ରୁ ଅଧିକ ଯାତ୍ରୀ ଆହତ

ସୋର : ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍ । ଫଳରେ ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏଥିସହ ୭୦ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ୭ ଗୁରୁତରଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି l

ଖବର ଅନୁଯାୟୀ, ପଶ୍ଚିମବଙ୍ଗରୁ ପୁରୀକୁ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଆସୁଥିଲେ ତୀର୍ଥଯାତ୍ରୀ । ଆସିବା ବାଟରେ ମମତାଜ ନାମକ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପଶ୍ଚିମବଙ୍ଗ ଚବିଶପ୍ରଗଣା କାଚାରି ଅଞ୍ଚଳରୁ ପୁରୀ ଅଭିମୁଖେ ଆସୁଥିବା ଏହି ବସରେ ଶହେରୁ ଅଧିକ ଯାତ୍ରୀ ଥିଲେ l ଆହତଙ୍କୁ ସୋର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ l ଉଦ୍ଧାର କାର୍ଯ୍ୟରେ ୭ଟି ଆମ୍ବୁଲାନ୍ସ ଲାଗିଥିଲା l ଏଥିସହ ହେଲପିଂ ହେଣ୍ଡ ସ୍ବେଛl ସେବୀ ସଂଗଠନ, ପୋଲିସ ଓ ଦମକଳ ବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଗୁରୁତର ଓ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Related Posts