ବଜେଟ ଉପସ୍ଥାପନ କରିବେ ଗୋଏଲ

ସତ୍ୟପାଠ ବ୍ୟୁରୋ : ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପୁଣି ମିଳିଛି ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅସୁସ୍ଥତା କାରଣରୁ ତାଙ୍କୁ ବିଭାଗ ବିହୀନ ମନ୍ତ୍ରୀ ଭାବେ ରଖାଯାଇଛି । ଜେଟଲୀ ସୁସ୍ଥ ହୋଇ ଫେରିବା ପର୍ଯ୍ୟନ୍ତ ପିୟୁଷ ଏହି ଦାୟିତ୍ୱରେ ରହିବେ । କେବଳ ସେତିକି ନୁହେଁ ପାର୍ଲାମେଣ୍ଟରେ ଆସନ୍ତା ଚଳିତ ସରକାରର ଶେଷ ବଜେଟ ମଧ୍ୟ ପିୟୁଷ ହିଁ ଉପସ୍ଥାପନ କରିବେ ।

ଗୋଏଲଙ୍କୁ ଦ୍ୱିତୀୟ ଥର ପାଇଁ ଏହି ବିଭାଗ ମିଳିଛି । ଗତବର୍ଷ ମେ ମାସରେ ଜେଟଲୀ କିଡନୀ ଅସ୍ତ୍ରୋପଚାର ପାଇଁ ଯାଇଥିବା ବେଳେ ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ମିଳିଥିଲା । ପାଖାପାଖି ୧୦୦ ଦିନ ପାଇଁ ଗୋଏଲ ଅର୍ଥ ବିଭାଗ ସମ୍ଭାଳିଥିଲେ । ଏବେ ପୁଣିଥରେ ତାଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Related Posts