କରୋନା ସ୍ଥିତି କୁନେଇ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର:ଦେଶରେ କରୋନା ସ୍ଥିତି ସମୀକ୍ଷା ନେଇ ୧୦ ରାଜ୍ୟ ସହ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନା ହୋଇଥିଲା ।ପ୍ରଥମେ ବରିଷ୍ଠ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିବା ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ଅକ୍ସିଜେନ୍ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକ ସହ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।ଏହି ସଭାରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ ।ଦେଶରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି, ଟିକାକରଣ ଓ ଅକ୍ସିଜେନ ସପ୍ଲାଇ ନେଇ ବୈଠକରେ ଆଲୋଚନା ହୋଇଛି ।କରୋନା ସଙ୍କଟ ଦୂର ପାଇଁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି ।ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ଦୂର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ରାଜଧାନୀରେ ଅକ୍ସିଜେନ୍ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ୍ ଟ୍ୟାଙ୍କରଗୁଡ଼ିକୁ ବିଭିନ୍ନ ରାଜ୍ୟରେ ଅଟକା ଯାଉଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି ।କେନ୍ଦ୍ର ସରକାର ସାରା ଦେଶରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକୁ କଣ୍ଟ୍ରୋଲ କରିବା ସହ ଯବାନଙ୍କ ହାତରେ ଏହି ଦାୟିତ୍ବ ଦିଆଯାଉ । ଯାହାଫଳରେ ସବୁରାଜ୍ୟକୁ ଆବଶ୍ୟକ ଅକ୍ସିଜେନ୍ ପଠାଯାଇ ପାରିବ ବୋଲି କେଜରିୱାଲ କହିଛନ୍ତି । ଦିଲ୍ଲୀରେ ଅକ୍ସିଜେନ୍ ଏକ୍ସପ୍ରେସ୍ ସୁବିଧା ଜାରି କରାଯିବା ସହ ଆକାଶମାର୍ଗରେ ଅକ୍ସିଜେନ୍ ପଠାଇବାକୁ ଅପିଲ କରିଛନ୍ତି କେଜରିୱାଲ୍ ।

Related Posts