ମାଗଣାରେ ମିଳିବ ଦୁଇମାସର ରାସନ : କେନ୍ଦ୍ରର ବଡ ଘୋଷଣା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: କରୋନା ମହାମାରୀ ଦ୍ୱିତୀୟ ଲହର ଦେଶର ଅର୍ଥନୀକୁ ଦୁର୍ବଳ କରିଦେଇଛି। ଆଜି କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମଣକ ପାଇଁ ପ୍ରାୟ ସମସ୍ତ ରାଜ୍ୟରେ କଟକଣା ଲାଗିଥିବାରୁ ଗରିବ ଲୋକ ମାନେ ପ୍ରଭାବିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ମେ ଓ ଜୁନ୍‌ ମାସରେ ଦେଶର ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦେବେ। ଏହି ଘୋଷଣା ଦ୍ୱରା ପ୍ରାୟ ୮୦ କୋଟି ଲୋକ ସହାୟତା ପାଇ ପାରିବେ ବୋଲି ସରକାର କହିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ ବୋଲି ଘୋଷଣା କରା ଯାଇଛି । କରୋନା ମହାମାରୀ ସମୟରେ କେନ୍ଦ୍ରସରକାର ଏପରି ଘୋଷଣା ଖାଦ୍ୟ ଅଭାବ ଦୂର କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏଥି ପାଇଁ ୨୬ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରା ଯିବ ।

Related Posts