ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ‘କେସିଆର୍’ଙ୍କ ଝିଅ। ପ୍ରଧାନମନ୍ତ୍ରୀ ଖାଲି ହାତରେ ଆସିଥିଲେ, ସେ ଆମ ପାଇଁ କିଛି କରିବେ ନାହିଁ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଦକ୍ଷିଣ ଭାରତର ରାଜ୍ୟ ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁକୁ ଦୁଇଦିନିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ତେଲେଙ୍ଗାନା ଯାଇଥିଲେ। ‘ରାମଗୁଣ୍ଡମ୍ ଫର୍ଟିଲାଇଜର୍ସ୍ ଆଣ୍ଡ୍ କେମିକାଲ୍ସ୍ ଲିମିଟେଡ୍ ପ୍ଲାଣ୍ଟ୍’ ଏବଂ ପେଡ୍ଡାପଲ୍ଲୀ ଜିଲ୍ଲାରେ ଭଦ୍ରାଚଳମ୍ ରୋଡ୍-ସାତ୍ତୁପଲ୍ଲୀ ରେଳଲାଇନ୍ ସମେତ ସେଠାରେ ସେ ପ୍ରାୟ ୧୦,୦୦୦ କୋଟି ଟଙ୍କାର କେତେକ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ୨୦୧୬ ଅଗଷ୍ଟ ୭ ତାରିଖରେ ‘ରାମଗୁଣ୍ଡମ୍ ପ୍ରକଳ୍ପ’ର ଶିଳାନ୍ୟାସ କରିଥିଲେ।
କେ. କବିତା କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ମୋଦୀ ତେଲେଙ୍ଗାନା ଗସ୍ତରେ ଆସିଛନ୍ତି। କିନ୍ତୁ, ରାଜ୍ୟ ପାଇଁ ସେ କିଛି ନ ଆଣି ଖାଲି ହାତରେ ଆସିଛନ୍ତି। ସେ ଗୁଡ଼ାଏ ଅଯଥା ବିବୃତି ଦେଇ ସେ ଚାଲିଯିବେ। ସେ ଆମ ପାଇଁ କିଛି କରିବେ ନାହିଁ। ସମ୍ବାଦିକ ସମ୍ମିଳନୀରେ ଆମ ମୁଖ୍ୟମନ୍ତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ମଧ୍ୟ ପ୍ରଧାନମନ୍ତ୍ରୀ ଦେଲେ ନାହିଁ। ସାରକାରଖାନାର ଉନ୍ନତିକରଣ ହେଉଛି ୟୁରିଆ ଉପରେ ଆତ୍ମନିର୍ଭଶୀଳ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଭିଳାଷ ପୂରଣର ବାଧ୍ୟବାଧ୍ୟକତା। ରାମଗୁଣ୍ଡମ୍ କାରଖାନାରୁ ବର୍ଷକୁ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ ନିମ୍ବ ଗୋଳାଯାଇଥିବା ସ୍ବଦେଶୀ ୟୁରିଆ ଉତ୍ପାଦନ ହେବ