(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଲଗାଣ ବର୍ଷାରେ ଭୁଶୁଡ଼ି ପଡିଲା ବ୍ରିଜ୍। ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲେ ୧୦ ଖଣ୍ଡ ଗାଁର ଗ୍ରାମବାସୀ। ଗତ ୪୮ ଘଣ୍ଟା ଧରି ରାଜ୍ୟର ସବୁ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରର ୨୦ ନମ୍ଵର ଜାତୀୟ ରାଜପଥ ଶାଳପଡା ଛକଠାରୁ ସରେଇ ରାସ୍ତା ମଧ୍ୟରେ ଥିବା ଫାପୁଡିଆ ନାଳ ପୋଲ ଭୁଶୁଡି ପଡିଛି। ଏଥିପାଇଁ ସମ୍ପୂର୍ଣ୍ଣ ଯାତାୟତ ପ୍ରକ୍ରିୟା ଠପ୍ ପଡିଯାଇଛି। ପାଖାପାଖି ୧୦ ଖଣ୍ଡ ଗାଁର ଗ୍ରାମବାସୀ ଏହି ପୋଲ ଉପରେ ନିର୍ଭରଶୀଳ। ସ୍ଥାନୀୟ ଲୋକଙ୍କ ଦାବି ହେଉଛି ଏକ ସ୍ଥାୟୀ ପୋଲ ନିର୍ମାଣ।

ମିଳିଥିବା ସୂଚନା ମୁତାବକ , ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ଆଜି ସକାଳୁ ଆନନ୍ଦପୁର ୨୦ ନମ୍ଵର ଜାତୀୟ ରାଜପଥ ଶାଳପଡା ଛକଠାରୁ ସରେଇ ରାସ୍ତା ମଧ୍ୟରେ ଥିବା ଫାପୁଡିଆ ନାଳ ପୋଲ ଭୁଷୁଡି ପଡିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଜିଲ୍ଲାରୁ ୧୦ ଖଣ୍ଡ ଗାଁର ଲୋକେ ଯାତାୟତ ପାଇଁ ଏହି ପୋଲ ଉପରେ ନିର୍ଭର କରୁଥିବା ବେଳେ ବିଗତ କିଛି ବର୍ଷ ହେବ ବର୍ଷା ସମୟରେ ବାରମ୍ବାର ପୋଲ ଭାଙ୍ଗୁଥିବାରୁ ଲୋକଙ୍କ ମଧ୍ୟରେ ଅସୋନ୍ତଷ ଦେଖା ଦେଇଛି।