ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ମ୍ୟାଚକୁ ଦେଖି ପିଡିପିର କନଭେସନକୁ ଅନୁମତି ଦେଲାନି ପୋଲିସ

ନୂଆଦିଲ୍ଲୀ: ପିଡିପି ୟୁଥ କନଭେସନ ପାଇଁ ବାରମ୍ବାର ଅସୁବିଧାର ସାମ୍ନା କରି ଆସୁଛି ଦଳ । ପୂର୍ବରୁ ପୋଲିସ ଏହି କାର୍ଯ୍ୟକ୍ରମ ପାଇଁ ସର୍ତ୍ତମୂଳକ ଅନୁମତି ଦେଇଥିବା ବେଳେ ଏବେ କିନ୍ତୁ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରିଦେଇଛି । ଏହାକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ରୋଷ ଦେଖିବାକୁ ମିଳିଛି । ଏହା ପୂର୍ବରୁ ପୋଲିସ ଅନେକ ଦିନର ଦାବି ପରେ ଅନୁମତି ଦେଇଥିଲା ।

କିନ୍ତୁ ବର୍ତ୍ତମାନ ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ମ୍ୟାଚକୁ ଦେଖି ଏହାକୁ ରଦ୍ଦ କରିଦିଆଯାଇଛି । ପୋଲିସ ମ୍ୟାଚକୁ ନେଇ ପିଡିପିର କନଭେସନକୁ ଅନୁମତି ଦେଇନଥିବା ସ୍ପଷ୍ଟ କରିଛି ।

ପିଡିପି ଅଧ୍ୟକ୍ଷା ମେହେବୁବା ମୁଫତି ଏହାକୁ ନେଇ ନାରାଜ ପ୍ରକାଶ କରିଛନ୍ତି । ପୋଲିସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୁଫତି । ଟ୍ୱିଟ କରି ସେ ଲେଖିଛନ୍ତି, ପୋଲିସ ଏହାକୁ ଖେଳଭାବନା ସହ ନେଉ । ଏଲଜି ପ୍ରଶାସନ ଉପରେ ସେ ବର୍ଷିବା ସହ ଲେଖିଛନ୍ତି, ନଭେମ୍ବର ୧୩ ତାରିଖରେ ୟୁଥ କନଭେସନ ହେବାର ଥିଲା, ତେବେ ଭାରତ-ପାକିସ୍ତାନ ସମ୍ଭାବିତ ମ୍ୟାଚକୁ ନେଇ ଏହାକୁ ଘୁଞ୍ଚାଇ ଦିଆଯାଇଛି । ସେ ଆଗକୁ ଆହୁରି ଲେଖିଛନ୍ତି, ଆଶା କରୁଛୁ ଯେ ଏଲଜି ପ୍ରଶାସନ ଏବଂ ପୋଲିସ ଏହାକୁ ଖେଳ ଭାବନାର ସହ ନେଉ । ଏହା ବାହାନାରେ ଘାଟିର ଯୁବକଙ୍କୁ ବାଣ୍ଟିବାକୁ ଚେଷ୍ଟା କରାନଯାଉ । ସେ ଉପରାଜ୍ୟପାଳଙ୍କ ଉପରେ ମଧ୍ୟ ନିଶାନା ସାଧିଛନ୍ତି ।

Related Posts