ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜନଗଣନା ଅଧିକାରୀଙ୍କୁ ଆକ୍ରମଣ ଘଟଣାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ବାପା ନିକୁଞ୍ଜ ରମଣ ଶତପଥୀ, ଦୁଇ ପୁଅ ଉଦିତ୍ ସ୍ୱପ୍ନ ଶତପଥୀ, ଭାନୁପ୍ରକାଶ ଶତପଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କାମାକ୍ଷାନଗର ପୋଲିସ । ସେପଟେ ସମ୍ପୃକ୍ତ ୪ ଜନଗଣନା ଅଧିକାରୀ ନିକୁଞ୍ଜ ରମଣ ଶତପଥୀଙ୍କ ଘରେ ପହଞ୍ଚିଥିଲେ। ଜନଗଣନା ଅଧିକାରୀମାନଙ୍କୁ ଦେଖି ନିକୁଞ୍ଜଙ୍କ ପରିବାର ସଦସ୍ୟ ଉତ୍କିପ୍ତ ହୋଇପଡି଼ଥିଲେ । କୌଣସି କଥା ନ ଶୁଣି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏଥିରେ ୨ ମହିଳା କର୍ମଚାରୀଙ୍କ ସମେତ ୪ ଜଣ ଗୁରୁତର ହୋଇଥିଲେ। ଏପିରିକି ଅଭିଯୁକ୍ତମାନେ ପଥର ଧରି ମାରିବାକୁ ଗୋଡ଼ାଇଥିଲେ । ଯାହାଫଳରେ ସେମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ସେତିକିରେ ସେମାନଙ୍କ ରାଗ ଶାନ୍ତ ହୋଇନଥିଲା। କର୍ମଚାରୀମାନେ ଆସିଥିବା ସ୍କୁଟର ଓ ବାଇକକୁ ପିଟି ଭାଙ୍ଗି ଦେଇଥିଲେ ଘର ମାଲିକ। ଆକ୍ରମଣରେ ସୁପରଭାଇଜର ମଧୁସ୍ମିତାଙ୍କ ମୁହଁ ଫୁଲି ଯାଇଛି। ଇନ୍ଚାର୍ଜ ରଘୁନାଥଙ୍କର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।
