ଧର୍ମଗଡ଼ ସହରରେ ଆଇପିଏଲ୍‌କୁ ନେଇ ବେଟିଂ ଚାଲିଥିବା ବେଳେ ଜଣଙ୍କୁ ବାନ୍ଧିଲା ପୁଲିସ

ଧର୍ମଗଡ଼: ଆଇପିଏଲ୍‌କୁ ନେଇ ଚାଲିଛି ବେଟିଂ। ଏନେଇ ଖବର ପାଇବା ପରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ପୋଲିସ ଜଣଙ୍କୁ ଗିରଫ କରିଛି । ତାଙ୍କ ନାଁ ରାକେଶ ଚୌଧୁରୀ। ତାଙ୍କ ଠାରୁ ୭୫ ହଜାର ଟଙ୍କା, ୭ଟି ମୋବାଇଲ, ଲାପଟପ, ଟଙ୍କା ଗଣିବା ମେସିନ୍‌ ସହିତ ବହୁ କାଗଜପତ୍ର ଜବତ କରାଯାଇଛି।

ଧର୍ମଗଡ଼ ଡିଏସ୍‌ପି ଧୀରଜ କୁମାର ଚୋପଦାରଙ୍କ ନେତୄତ୍ୱରେ ଏକ ଟିମ ଧର୍ମଗଡ଼ ସହରର କେନ୍ଦୁମୁଣ୍ଡି ପଡ଼ାରେ ଏହି ଚଢ଼ାଉ କରିଥିଲା।

ଧର୍ମଗଡ଼ ଆଇଆଇସି ରଶ୍ମିତା ପ୍ରଧାନ କହିଛନ୍ତି, ବେଟିଂ ନେଇ ଆମ ପାଖକୁ ସୂଚନା ଆସିଥିଲା। ତା’ପରେ ଆମେ ରେଡ୍ କରିଥିଲୁ। ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି। ସେହିପରି ତାଙ୍କ ସହିତ ଆଉ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେ ନେଇ ତଦନ୍ତ ଚାଲିଛି ।

Related Posts