ଝାଡ଼ଖଣ୍ଡରେ ରାଜନୈତିକ ହଲଚଲ ; ବିଜେପିର ୧୬ ବିଧାୟକ ସମ୍ପର୍କରେ ଥିବା ଦାବି କଲା ଶାସକ ଜେଏମଏମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି ରାଜନୈତିକ ହଲଚଲ । ଝାଡ଼ଖଣ୍ଡର ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମଏମ) ପକ୍ଷରୁ ଚାଞ୍ଚଲ୍ୟକର ବୟାନ ଦିଆଯାଇଛି। ଜେଏମଏମର ନେତା ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଆମ ସହ ରାଜ୍ୟ ବିଜେପିର ୧୬ ଜଣ ବିଧାୟକ ଯୋଗଯୋଗରେ ଅଛନ୍ତି। ବେଆଇନ ଖଣି କାରବାର ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ଶୋରେନ୍‌ଙ୍କ ନାଁ ଉଠିବା ପରେ ରାଜ୍ୟରେ ରାଜନୀତି ହଟଚମଟ ସୃଷ୍ଟି କରିଛି।କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିକଟରେ ହେମନ୍ତ ସୋରେନ ସମ୍ମୁଖୀନ ହେବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଉପରୋକ୍ତ ବୟାନ ଆସିଛି।ସୁପ୍ରିୟୋ କହିଛନ୍ତି ଯେ, ସମ୍ପୃକ୍ତ ୧୬ ଜଣ ବିଧାୟକ ରାଜ୍ୟ ସରାକାରଙ୍କୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେହି ନେତାମାନେ ବିଜେପିରେ ଅବହେଳିତ ଅନୁଭବ କରୁଛନ୍ତି। ତେଣୁ ସେହି ନେତାମାନେ ରାଜ୍ୟର ଜେମମ ସରକାରଙ୍କୁ ସମର୍ଥନ କରିବାକୁ ଚାହୁଁଛନ୍ତି। ଏ ସମ୍ପର୍କରେ ଜେଏମମ ବିଚାର କରୁଛି ବୋଲି ସେ କହିଛନ୍ତି ।

ଏ ସମ୍ପର୍କରେ ବିଜେପି ମଧ୍ୟ ପ୍ରତିକ୍ରିୟା ରଖିଛି। ରାଜ୍ୟ ବିଜେପି ମୁଖ୍ୟ କହିଛନ୍ତି ଯେ ଜେଏମଏମ ପକ୍ଷରୁ ଯେଉଁ ଦାବି ହେଉଛି ତାହା ବିଭ୍ରାନ୍ତିକର। ସେଥିରେ କୌଣସି ସତ୍ୟତା ନାହିଁ। ଜେଏମଏ ଦୁର୍ନୀତିରେ ବୁଡ଼ି ରହିଛି। ନିଜ ଦଳକୁ ରକ୍ଷା କରିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି। ଏହି ଦଳ ବେଶୀ ଦିନ ତିଷ୍ଠି ରହିବା ଆଶା କ୍ଷୀଣ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

Related Posts