ରାଜନୈତିକ ହିଂସା: ଗଞ୍ଜାମରେ ଗଲା ଜଣଙ୍କ ମୁଣ୍ଡ

ପୁରୁଷୋତ୍ତମପୁର: ଗଞ୍ଜାମରେ ପୁଣି ଦେଖିବାକୁ ମିଳିଛି ରାଜନୈତିକ ହିଂସା | ଏହି ରାଜନୈତିକ ହିଂସା ଏକ ଅଭାବନୀୟ ଘଟଣା ଘଟାଇଛି | ଜଣଙ୍କର ମୃତ୍ୟୁ ଘଟିଛି |

ପୁରୁଷୋତ୍ତମପୁର ଥାନା ଯମୁନାଗାଁରେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମରେ ରାଜନୈତିକ ହିଂସାରେ ୩ ମାସରେ ଗଲାଣି ୭ ଜୀଵନ। ଏହି ହିଂସାରେ ଏକାଧିକ ଆହତ ହୋଇଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଵିପର୍ଯ୍ୟସ୍ତ ପାଲଟିଛି।

ଘଟଣାପ୍ରକାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଯମୁନା ଗାଁରେ ଗୋଷ୍ଠୀ ସଂଘର୍ଷରୁ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକ ହେଲେ ଜୋଗେଶ ବେହେରା ଓ ଗୁରୁତର ହେଲେ ଅଜିତ ପାଣିଗ୍ରାହୀ। ଅଜିତଙ୍କୁ ବିଶାଖାପାଟଣାର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗାଁରେ ଏବେ ଚାପା ଉତେଜେନା ଦେଖିବାକୁ ମିଳିଛି |

Related Posts