କଣ୍ଟାମାଳର ୨ବୁଥରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ):  କନ୍ଧମାଳ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର ୨୬ ଓ ୨୮ରେ ସାନି ମତଦାନ ଚାଲିଛି। ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ। ଦୁଇଟି ବୁଥରେ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି ୪ଜଣ ମାଜିଷ୍ଟ୍ରେଟ। ବ୍ୟାପକ ପୁଲିସ ମଧ୍ୟ ଫୋର୍ସ ମୃତୟନ ହୋଇଛନ୍ତି।

କଣ୍ଟାମାଳ ନିର୍ବାଚନମଣ୍ଡଳୀର ଦୁଇଟି ବୁଥ୍ରେ ଭୋଟରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କୁହାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁନଃ ମତଦାନ ପାଇଁ ଦାବି କରିଥିଲେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ। ଏପରିକି ପୁଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା ଏବଂ ସ୍ଥିତି ନିୟନ୍ତ୍ରଣ

ପାଇଁ ପୁଲିସ ଲାଠିମାଡ ଓ ଫାଙ୍କା ଗୁଳିଚାଳନା ବି କରିଥିଲା।

ସୂଚନାଯୋଗ୍ୟ, ଗତକାଲି ୨୦ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମତଦାନ ହୋଇଥିଲା। ତେବେ ଏହି ଦୁଇ ବୁଥରେ ମତଦାନକୁ ନେଇ ଅଭିଯୋଗ ହେବାପରେ ନିର୍ବାଚନ କମିଶନ ଅନୁରୂପ ନିଷ୍ପତ୍ତି ନେଇଛନ୍ତି

Related Posts