ପ୍ରଦୂଷଣ ଚିନ୍ତା: ବିଏସ୍‌-୩ ଓ ଡିଜେଲରେ ଚାଲିଥିବା ବିଏସ୍‌ ୪ର ସମସ୍ତ ୪ ଚକିଆ ଗାଡ଼ି ଉପରେ ଵ୍ୟାନ ଲଗାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ପୁଣିଥରେ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ପେଟ୍ରୋଲରେ ଚାଲିଥିବା ବିଏସ୍‌-୩ ଓ ଡିଜେଲରେ ଚାଲିଥିବା ବିଏସ୍‌ ୪ର ସମସ୍ତ ୪ ଚକିଆ ଗାଡ଼ି ଉପରେ ବ୍ୟାନ ଲଗାଇଛନ୍ତି। ଏହି ବ୍ୟାନ ଅବଧି ଆସନ୍ତା ୯ ତାରିଖ ଯାଏ ବଳବତ୍ତର ରହିବ।

କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ସୂଚକାଙ୍କର ଷ୍ଟେଜ ଅନ୍ତର୍ଗତ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି)ର କଟକଣା ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି।

ଜିଆରଏପିର ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରବିବାର ସବ କମିଟି ବୈଠକ ବସିଥିଲା। ଏହି ସମୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ଓ ପାଣିପାଗ ବିଭାଗ କରିଥିବା ଆକଳନକୁ ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷା ବୈଠକର ଦିନକ ପରେ ଗାଡ଼ି ଉପରେ ବ୍ୟାନ ଲଗାଯାଇଛି।

ଦିଲ୍ଲୀ ସରକାର କହିଛନ୍ତି ଯେ ଗାଡ଼ିଗୁଡ଼ିକ ଉପରେ ଲାଗିଥିବା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ତେବେ ଜରୁରୀ ସେବା, ସରକାର କିମ୍ବା ନିର୍ବାଚନ କାମରେ ନିୟୋଜିତ ଗାଡ଼ିଗୁଡ଼ିକୁ କଟକଣାରୁ ବାଦ ଦିଆଯିବ।

ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି, ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ୨୦ ହଜାର ଟଙ୍କା ଜୋରିମାନା ଲାଗୁ କରାଯିବ। ନଭେମ୍ବର ୪ ପରେ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୪୭ ରହିଛି।

Related Posts