ଦୁର୍ନୀତି କରିବିନି କି କରାଇଦେବିନି କହି ଲଗାଇଲେ ପୋଷ୍ଟର; ନିର୍ବାଚନ ପରେ ଆକ୍ସନ ମୋଡରେ ଆସିଲେ ସରପଞ୍ଚ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଏହା ମଧ୍ୟରେ ନିର୍ବାଚନ ପରେ ଆକ୍ସନ ମୋଡରେ ସରପଞ୍ଚ ଆସିଥିବାର ଦେଖିବାକୁ ମିଳିଛି । ତେବେ କୌଣସି ଦୁର୍ନୀତି ମୂଳକ କାର୍ଯ୍ୟକୁ ମୁଁ ସମର୍ଥନ କରିବି ନାହିଁ । ମୁଁ ଦୁର୍ନୀତି କରିବି ନାହିଁ କିମ୍ବା ଦୁର୍ନୀତି କୁ ପ୍ରଶ୍ରୟ ଦେବି ନାହିଁ । କୌଣସି ସୁବିଧା ଅସୁବିଧା ରେ ସାହାଯ୍ୟ , ସହଯୋଗ ଓ ଅଭିଯୋଗ ପାଇଁ ମୋବାଇଲ ନମ୍ବର ଜାରି କରିଛନ୍ତି ସରପଞ୍ଚ । ଏଭଳି କହି ବେଶ ଚର୍ଚ୍ଚାରେ ରହିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସସ୍ମିତା ମଲ୍ଲିକ ।

ସେପଟେ ସସ୍ମିତା ପୂର୍ବରୁ ରାଜ୍ୟ ବାହାରେ ଶିକ୍ଷକତା କରୁଥିଲେ । ପରେ ଶିକ୍ଷକତା ଛାଡି ରାଜନୀତିରେ ପାଦ ଦେଇ ସରପଞ୍ଚ ନିର୍ବାଚିତ ହୋଇଛନ୍ତି । ତେବେ ଶପଥ ଗ୍ରହଣ ର ପ୍ରଥମ ଦିନରେ ନବ ନିର୍ବାଚିତ ସରପଞ୍ଚ ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପଞ୍ଚାୟତର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା କୁ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତେବେ ଦୁର୍ନୀତିକୁ ଚେକ୍ ଦେବା ପାଇଁ ଗାଁର ଅନେକ ସ୍ଥାନରେ ଫୋନ ନମ୍ବର ସମ୍ବଳିତ ଫ୍ଲେକ୍ସ ଲଗାଇଛନ୍ତି । ଗ୍ରାମବାସୀଙ୍କର ଅଭିଯୋଗ ଥିଲେ ଜାରି ହୋଇଥିବା ବିଭିନ୍ନ ନମ୍ବର ରେ ଅଭିଯୋଗ କରିପାରିବେ । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts