
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତେଲକୋଇ ରେଞ୍ଜରେ ଗର୍ଭବତୀ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବନ ବିଭାଗ ଫରେଷ୍ଟରଙ୍କୁ ନିଲମ୍ବିତ କରିଥିଲା ବେଳେ ବନପାଳ ସମେତ ୩ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। କେନ୍ଦୁଝର ଜିଲ୍ଲା ତାଳପଦା ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ଡିଏଫ୍ଓ ନିଲମ୍ବନ କରିଛନ୍ତି।
ସେହିପରି ରେଞ୍ଜର ଶିବାଜୀମୋହନ ରାଓ, ବର୍ତ୍ତମାନ ଫରେଷ୍ଟର ଯଦୁମଣି ରଣା ଓ ଫରେଷ୍ଟ ଗାର୍ଡ ଝରଣା ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।
ସୂଚନାଯୋଗ୍ୟ ଯେ, ନଭେମ୍ବର ୭ ତାରିଖ ଦିନ କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ସେକ୍ସନ କଳାପାଟ ସଂରକ୍ଷିତ ଜଙ୍ଗଲ କୁଳିଆପାଳ ଠାରେ ତୀର ମାଡ଼ରେ ମା’ ଓ ନବଜାତ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଫଳରେ ଦାୟିତ୍ବରେ ଅବହେଳା ନେଇ ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଳପଦା ଫରେଷ୍ଟ ସେକ୍ସନର ପୂର୍ବତନ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ନିଲମ୍ବିତ ହୋଇଛନ୍ତି। ରେଞ୍ଜର ଶିବାଜୀମୋହନ ରାଓ, ବର୍ତ୍ତମାନ ଫରେଷ୍ଟର ଯଦୁମଣି ରଣା ଓ ଫରେଷ୍ଟ ଗାର୍ଡ ଝରଣା ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ବନ ବିଭାଗ ପକ୍ଷରୁ ଜାରି କରାଯାଇଛି।