ନୂଆଦିଲ୍ଲୀ: ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି । ଅବସର ନେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅବସର ପରେ ବଦଳି ଯିବ ତାଙ୍କ ଠିକଣା । ପୂର୍ବତନ ମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କ ୧୨ ଜନପଥ ବଙ୍ଗଳା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନୂଆ ବାସଭବନ। ଅବସର ପରେ ଏହା କୋବିନ୍ଦଙ୍କ ନୂଆ ଠିକଣା ହେବ।

ଜୁଲାଇ ୨୫ରେ ରାମନାଥ କୋବିନ୍ଦ ଏହି ନୂଆ ବାସଭବନକୁ ସ୍ଥାନାନ୍ତର ହେବେ ବୋଲି ଆଶଙ୍କା କରାଯାଉଛି। ମିଳିଥିବା ସୂଚନାନୁଯାୟୀ ବଙ୍ଗଳାରେ ପୁନଃନିର୍ମାଣ କାର୍ଯ୍ୟ ଚାଲିଛି ଏବଂ କୋବିନ୍ଦଙ୍କ ଝିଅ ଏହି କାର୍ଯ୍ୟ ତଦାରଖ କରୁଛନ୍ତି। ରାମ ବିଳାସ ପାଶ୍ବାନ୍‌ ଦୀର୍ଘ ୨ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ୧୨ ଜନପଥ ବଙ୍ଗଳାକୁ ଅକ୍ତିଆର କରିଛନ୍ତି। ରାମ ବିଳାସ ପାଶ୍ବାନଙ୍କ ମୃତ୍ୟୁ ପରେ ପୁଅ ଚିରାଗ ପାଶ୍ବାନ ଏହି ବଙ୍ଗଳା ଅକ୍ତିଆର କରିଥି‌ଲେ। କିନ୍ତୁ ଏବେ ଏହା ରାଷ୍ଟ୍ରପତିଙ୍କ ବାସଭବନ ହେବାକୁ ଯାଉଛି।

ଫଳରେ ଯଦି ରାଷ୍ଟ୍ରପତି ଏହି ବାସଭବନକୁ ଆସନ୍ତି ତେବେ ସେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କୋବିନ୍ଦଙ୍କ ନୂଆ ପଡ଼ୋଶୀ ହେବାକୁ ଯାଉଛନ୍ତି।