ଜୁନ ୨୭ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହୃତ

ନୂଆଦିଲ୍ଲୀ : ଧର୍ମଘଟକୁ ଓହ୍ଲାଇବେନି ବ୍ୟାଙ୍କ କର୍ମଚାରୀ । ପ୍ରତ୍ୟାହୃତ ହେଲା ଧର୍ମଘଟ ନିଷ୍ପତ୍ତି । ଜୁନ ୨୭ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ପ୍ରତ୍ୟାହୃତ କରି ନିଆଯାଇଛି।

ବ୍ୟାଙ୍କ କର୍ମଚାରୀଙ୍କ ବିଭିନ୍ନ ଦାବି ସଂପର୍କରେ ଆଲୋଚନା ଜୁଲାଇ ପହିଲାରୁ ଆରମ୍ଭ ପାଇଁ ଆଇବିଏ ରାଜି ହେବାପରେ ୟୁଏଫବିୟୁ ଧର୍ମଘଟ ନକରିବାକୁ ନିଷ୍ପତ୍ତି ନେଇଛି।

ମୁଖ୍ୟତଃ ୟୁଏଫବିୟୁ ପକ୍ଷରୁ ପେନସନ ଏବଂ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ଆଦି ଦାବି ନେଇ ଧର୍ମଘଟ ଡାକରା ଦିଆଯାଇଥିଲା। ମୁଖ୍ୟ ଶ୍ରମ କମିସନରଙ୍କ ଅଧ୍ୟକ୍ଷତାରେ ଆଇବିଏ ଓ ସଂଘର ପ୍ରତିନିଧିମାନଙ୍କ ମଧ୍ୟରେ ବୈଠକ ହୋଇଥିଲା ।

ବସିଥିବା ବୈଠକ ରେ ଜୁଲାଇ ପହିଲାରୁ ଆରମ୍ଭ ପାଇଁ ଆଇବିଏ ରାଜି ହୋଇଛି । ଫଳରେ 27 ତାରିଖରେ ହେବା କୁ ଥିବା ଧର୍ମଘଟ ପ୍ରତ୍ୟାହୃତ ହୋଇଛି ।

Related Posts