ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ) : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଏହି ଅବସର ରେ ଉଭୟ NDA ର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ମିଳିତ ବିରୋଧୀ ଦଳ ର ପ୍ରାର୍ଥୀ ଯଶୋବନ୍ତ ସିହ୍ନା ବିଭିନ୍ନ ରାଜ୍ୟ ଗସ୍ତ କରି ଅଲଗା ଅଲଗା ଦଳ ର ନେତା ମାନଙ୍କୁ ଭେଟୁଛନ୍ତି ଓ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି। ଏହି କ୍ରମରେ ବୁଧବାର ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଥିବା ଭୋଟରଙ୍କୁ ଭେଟି ନିଜ ସପକ୍ଷରେ ମତ ଦେବା ପାଇଁ ଅନୁରୋଧ କରିବେ ସିହ୍ନା।

ସେ ଏହି ଗସ୍ତ ଅବସର ରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଙ୍କୁ ଭେଟି ସମର୍ଥନ ମାଗି ପାରନ୍ତି।
ଅନ୍ୟପଟେ, ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ। ବିଜେଡିର ଏମ୍‌ପି ଏବଂ ବିଧାୟକମାନଙ୍କୁ ଭେଟି ଦ୍ରୌପଦୀ ସମର୍ଥନ ମାଗିବେ । ଏଥିପାଇଁ ସମସ୍ତ ଏମ୍‌ପି ଓ ବିଧାୟକମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଥିବା ଜଣା ପଡ଼ିଛି।

Related Posts