ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଦଳର ପ୍ରାର୍ଥୀ ହେଲେ ଯଶବନ୍ତ ସିହ୍ନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଦଳର ପ୍ରାର୍ଥୀ ହେଲେ ଯଶବନ୍ତ ସିହ୍ନା । ବିରୋଧୀ ମେଣ୍ଟଙ୍କ ପକ୍ଷରୁ ୟଶବନ୍ତ ସିହ୍ନାଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଘୋଷଣା କରାଯାଇଛି । ଏନେଇ ପ୍ରେସ୍ମିଟ୍ ଜରିଆରେ ସବିଶେଷ ସୂଚନା ଦିଆଯାଇଛି । ମଙ୍ଗଳବାର ଏନ୍ସିପି ମୁଖ୍ୟ ଶରଦ ପାଓ୍ୱାରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଥିଲା । ସେପଟେ ୟଶବନ୍ତ ସିହ୍ନା ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଏନ୍ଡିଏ ସରକାରରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପରେ ବିଦେଶ ମନ୍ତ୍ରୀ ଭାବେ କାର୍ୟ୍ୟଭାର ସମ୍ଭାଳିଛନ୍ତି ।

ପରେ ୨୦୧୮ରେ ସେ ବିଜେପି ଦଳ ଛାଡିଥିଲେ ଏବଂ ୨୦୨୧ରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲା । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ଅନ୍ୟପଟେ କିଛି ସମୟ ପୂର୍ବରୁ ସିହ୍ନା ମମତା ବାର୍ନାଜୀଙ୍କୁ ପ୍ରଶଂସା କରି ଏକ ଟ୍ୱିଟ କରିଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts