ରାଷ୍ଟ୍ରପତି ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡ ଭୋଟ ଗଣନାରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ପ୍ରକାଶ ପାଇବ ଫଳାଫଳ । ଏନେଇ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ଏଥିପାଇଁ ସକାଳ ୧୧ଟାରୁ ଗଣତି ଆରମ୍ଭ ହୋଇଯାଇଥିବା ବେଳେ, ପ୍ରଥମ ରାଉଣ୍ଡ ଭୋଟ ଗଣନାରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ ଅଛନ୍ତି।

ରାଜ୍ୟ ସଭା ମହାସଚିବ ପିସି ମୋଦି କହିଛନ୍ତି, ସାଂସଦଙ୍କ ଭୋଟ ଗଣନା କରାଯାଇଛି। ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଏମ୍‌ପି ଭୋଟ ଦେଇଛନ୍ତି, ଯାହାର ମୂଲ୍ୟ ୩୭୮୦୦୦ ଅଟେ। ଯଶୱନ୍ତ ସିହ୍ନାଙ୍କୁ ୨୦୮ ଏମ୍‌ପିଙ୍କ ଭୋଟ ପାଇଛନ୍ତି, ଯାହାର ମୂଲ୍ୟ ୧୪୫୬୦୦। ମୋଟ ୭୪୮ ଭୋଟ ଦିଆଯାଇଛି, ଯାହାର ମୂଲ୍ୟ ୫୨୩୬୦୦ ।

Related Posts