ରାଷ୍ଟ୍ରପତି ନିର୍ବାଚନ: ବଦଳିଲା ସୁରଙ୍କ ସ୍ବର, କହିଲେ ଦୌପଦୀ ମୁର୍ମୂ ମାଟିର ଝିଅ ସେ ଜିତନ୍ତୁ କିନ୍ତୁ ଆମେ ଯଶବନ୍ତ ସିଂହ୍ନାଙ୍କୁ ଭୋଟ ଦେବୁ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସ କାହାକୁ ଭୋଟ ଦେବ ସେନେଇ ଚର୍ଚ୍ଚା ମଧ୍ୟରେ ସୁର ରାଉତରାୟ ଙ୍କ ମତ ଚର୍ଚ୍ଚାରେ ଛୁଙ୍କ ଦେଇଥିଲା । ତେବେ ଏବେ କିନ୍ତୁ ସେ ନିଜ ମତରୁ ଓହରି ଯାଇଛନ୍ତି । ମତ ବଦଳାଇ କହିଛନ୍ତି, ଦୌପଦୀ ମୁର୍ମୂ ମାଟିର ଝିଅ ସେ ଜିତନ୍ତୁ । କିନ୍ତୁ ଆମେ ଯଶବନ୍ତ ସିଂହ୍ନାଙ୍କୁ ଭୋଟ ଦେବୁ ।

ବିଧାୟକ ସୁର ଆହୁରୀ ମଧ୍ୟ କହିଛନ୍ତି ଯେ, ଯୁବ ପିଢି ଓ ସାଧାରଣ ଲୋକଙ୍କ ମତକୁ ନେଇ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କଥା କହିଥିଲେ। ଗତକାଲି ମନ୍ତବ୍ୟ ପରେ ଗଣମାଧ୍ୟମରେ ବିଭିନ୍ନ କଥା ପ୍ରକାଶ ପାଇଛି। ମୋତେ ମଧ୍ୟ ବହୁ ଫୋନ୍ କଲ୍ ଆସିଛି। ଆଗରୁ କହିଥିଲି ହାଇକମାଣ୍ଡଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି। ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ । ଏବେ ହାଇକମାଣ୍ଡଙ୍କ କଥାରେ ଯଶବନ୍ତ ସିଂହ୍ନାଙ୍କୁ ଭୋଟ ଦେବୁ ବୋଲି ।

ସୂଚନାଯୋଗ୍ୟ ଯେ, ଶନିବାର ସୁର କହିଥିଲେ ସେ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ । ଦ୍ରୌପଦୀ ମୁର୍ମୁଙ୍କୁ ନିର୍ଦ୍ବନ୍ଦରେ ନିର୍ବାଚିତ କରିବା ଦିଗରେ ନିଷ୍ପତ୍ତି ନେବାକୁ ସୋନିଆଙ୍କୁ ପ୍ରସ୍ତାବ ଦେବି । ଭାରତ ବର୍ଷ ଜଣେ ଭଲ ମହିଳାଙ୍କୁ ପାଇବ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସୁନିଶ୍ଚିତ । ଜଣେ ଓଡ଼ିଆ ହିସାବରେ ମୁଁ ବହୁତ ଖୁସି । କିନ୍ତୁ ହାଇକମାଣ୍ଡ ଯାହା ନିର୍ଦ୍ଦେଶ ଦେବେ ଆମେ ତାକୁ ପାଳନ କରିବୁ ବୋଲି କହିଥିଲେ ।

Related Posts