ଇସ୍ତଫା ଦେଲେ ଜାମ୍ମୁ-କାଶ୍ମୀରର ନିଲମ୍ବିତ ଆଇପିଏସ ଅଫିସର ବସନ୍ତ ରଥ

ଶ୍ରୀନଗର: ଇସ୍ତଫା ଦେଲେ ଆଇପିଏସ ଅଫିସର ବସନ୍ତ ରଥ । ପୂର୍ବରୁ ଜାମ୍ମୁ-କାଶ୍ମୀରର ଏହି ଆଇପିଏସ ଅଫିସର ନିଲମ୍ବିତ ହୋଇଥିବା ବେଳେ ଏବେ ଇସ୍ତଫା ଦେଇଛନ୍ତି । ଏହି ଚର୍ଚ୍ଚିତ ଆଇପିଏସ୍ ଅଫିସର ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେଇ ରାଜନୀତିରେ ଯୋଗେ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ନିଜର ଇସ୍ତଫା ପତ୍ର ସେୟାର କରି ସୂଚନା ଦେଇଛନ୍ତି । ଏଥିରେ ସେ କହିଛନ୍ତି, ”ମୁଁ ରାଜନୀତିରେ ଯୋଗ ଦେବା ପାଇଁ ସକ୍ଷମ ହେବାକୁ ପୋଲିସ ସେବାରୁ ଇସ୍ତଫା ଦେବାକୁ ଚାହୁଁଛି ।

ଏହି ପତ୍ରକୁ ମୋର ଇସ୍ତଫା କିମ୍ବା ସ୍ବେଚ୍ଛାକୃତ ଅବସର ରୂପେ ଗ୍ରହଣ କରିବାକୁ ଅନୁରୋଧ ।”

ସେ କେଉଁ ଦଳରେ ଯୋଗ ଦେବାକୁ ଚାହୁଁଛନ୍ତି ତାହା ମଧ୍ୟ ରଥ ଜଣାଇଛନ୍ତି । ସେ ଟ୍ବିଟ୍ କରିଛନ୍ତି କି, ଯଦି କେବେ ବି ରାଜନୀତିରେ ଯୋଗେ ଦେବି, ତାହା ଭାରତୀୟ ଜନତା ପାର୍ଟି(BJP) ହେବ । ସେହିପରି ଯଦି କେବେ ବି ନିର୍ବାଚନ ଲଢିବି, ତାହା ହେଲେ କାଶ୍ମୀରରୁ ହିଁ ଲଢିବି ।” ଏଥିସହ ସେ ଯଦି ରାଜନୀତିରେ ସାମିଲ ହୁଅନ୍ତି ତେବେ ୨୦୨୪ ମାର୍ଚ୍ଚ ୬ ତାରିଖ ପୂର୍ବରୁ ହିଁ ଏହା କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଦୁର୍ବ୍ୟବହାର ଓ ଅସଦାଚରଣ ଅଭିଯୋଗରେ କାଶ୍ମୀରରେ ଅବସ୍ଥାପିତ ଥିବା ବରିଷ୍ଠ ଆଇପିଏସ ଅଫିସର ବସନ୍ତ ରଥଙ୍କୁ ଦୁଇ ବର୍ଷ ପୂର୍ବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ନିଲମ୍ବିତ କରାଯାଇଥିଲା ।

Related Posts