ରାଷ୍ଟ୍ରପତି ନିର୍ବାଚନ; ଦ୍ରୋପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ କରିବେ ଦୁଇ ଓଡ଼ିଶା ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୁଇ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନାମାଙ୍କନ ପତ୍ରରେ ଦସ୍ତଖତ କରିବେ ଏବଂ ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୋପଦୀ ମୁର୍ମୁଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ବିଜେପି ଜାତୀୟ ସଭାପତି ଜେପି ନାଡାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେପଟେ ଏସଟି ଆଣ୍ଡ ଏସସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରାକା ଏବଂ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ନାମାଙ୍କନ ପତ୍ରରେ ଦସ୍ତଖତ କରିବେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୋପଦୀ ମୁର୍ମୁ ଜିଙ୍କ ନାମାଙ୍କନପତ୍ର ଦାଖଲ କରିବା ବିଷୟରେ ବିଜେପି ସଭାପତି ଜେପି ନଡ୍ଡା ଜୀ ମୋତେ କହିଥିଲେ, ମୋର କ୍ୟାବିନେଟ ସହକର୍ମୀ ଜଗନ୍ନାଥ ସାରାକା ଏବଂ ଟୁକୁନି ସାହୁ ଆଜି ନାମାଙ୍କନ ପତ୍ରରେ ଦସ୍ତଖତ କରିବେ ଏବଂ ଆସନ୍ତାକାଲି ଏହି କାର‌୍ୟ୍ୟକ୍ରମରେ ଯୋଗଦେବେ ବୋଲି ଓଡ଼଼ିଶା ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts