ମହାରାଷ୍ଟ୍ର ମହାନାଟକ: ବିଧାୟକଂକ ପରେ ଏବେ ସାଂସଦଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଛି ରାଜନୈତିକ ମହାନାଟକ। ପ୍ରତି କ୍ଷଣରେ ରାଜନୈତିକି ସମୀକରଣ ଉପରତଳ ହେଉଛି । ଉଦ୍ଧବ ସରକାରଂକ ମୁଖ୍ୟମନ୍ତ୍ରୀ ଆସନ ଟଳମଳ ହେବାରେ ଲାଗିଛି । କ୍ଷଣିକ ଘୋଡ଼ା ଛୁଟୁଥିବା ବେଳେ କେଉଁ କ୍ଷଣିକ ମଧ୍ୟରେ ଯାଇପାରେ ରାଜ୍ୟର ମୁଖିଆ ପଦ । ତାହା ଆଗାମୀ ଦିନରେ ସମୟ ହିଁ କହିବ । କିନ୍ତୁ ଏସବୁ ଭିତରେ ଆଉ କଥା ସାମ୍ନା ଆସୁଛି ।

୪୦ ରୁ ଅଧିକ ବିଧାୟକ ବାଗୀ ହେବା ପରେ ଏବେ ସାଂସଦମାନଙ୍କୁ ନେଇ କଥା ଆସୁଛି । ୧୭ ଜଣ ଶିବସେନା ସାଂସଦ ଏକାସିନ୍ଦେଙ୍କୁ ସମର୍ଥନ ଦେଉଥିବା କଥା ଚର୍ଚ୍ଚା ହେଉଛି ।

ଖବର ଅନୁଯାୟୀ, ମହାରାଷ୍ଟ୍ର ମନ୍ତ୍ରୀ ଏକନାଥ ସିନ୍ଦେ ଅଚାନକ ୩୦ରୁ ଅଧିକ ବିଧାୟକଙ୍କୁ ନେଇ ଗୁଜୁରାଟର ସୁରତରେ ଥିବା ଏକ ହୋଟେଲ ରହିଥିଲେ । ପରେ ପରେ ଏହିସବୁ ବିଧାୟକ ସୁରତରୁ ଆସାମର ଗୌହାଟିକୁ ଚାଲିଯାଇଥିଲେ । ସେତେବେଳେ ଏହି ୩୦ରୁ ବଢି ୪୦ ପାର୍‌ ହୋଇଥିଲା । ପାର୍ଟିର ମେଣ୍ଟକୁ ଖୁସିନଥିବା ଏକନାଥଙ୍କ ନେତୃତ୍ୱରେ ଏହି ସବୁ ବିଧାୟକମାନେ ବିଦ୍ରୋହ କରିଛନ୍ତି । ଏହିକ୍ରମରେ ଆଜି ଆଉ ୭ଜଣ ବିଧାୟକ ଆସାମରେ ପହଞ୍ଚିଥିବା ମଧ୍ୟ ସୂଚନା ମିଳୁଛି । ଏସବୁ ଭିତରେ କେବଳ ବିଧାୟକ ନୁହେଁ, ବରଂ ସାଂସଦମାନେ ମଧ୍ୟ ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇଥିବା କଥା ଚର୍ଚ୍ଚା ହେଉଛି । ଏମାନଙ୍କ ମଧ୍ୟରେ ବାସିମ୍‌ ସାଂସଦ ଭାବନା ଗାବିତ, ପାଲ୍‌ଘର ସାଂସଦ ରାଜେନ୍ଦ୍ର ଗାବିତ, ଠାଣେ ସାଂସଦ ରାଜନ ବିଚାରେ, କଲ୍ୟାଣ ସାଂସଦ ଶ୍ରୀକାନ୍ତ ସିନ୍ଦେ ଏବଂ ରାମଟେକ୍‌ ସାଂସଦ କୃପାଳ ତୁମାନେ ନିଜ ନିଜର ସମର୍ଥନ ସିନ୍ଦେଙ୍କୁ ଜଣାଇସାରିଛନ୍ତି । ଏବେ ଏହି ସମଖ୍ୟ ୧୭କୁ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଆଉ କିଛି ସାଂସଦ ଏକାନାଥ ସିନ୍ଦେଙ୍କୁ ନିଜର ସମର୍ଥନ ଜଣାଇଛନ୍ତି ଏବଂ କହିଛନ୍ତି ଯେ, ଆମେ ପାର୍ଟିର ହିତ ପାଇଁ ସବୁ କିଛି କରିପାରୁବି ।

ସେପଟେ ଦଳରେ ବାଗୀଙ୍କ ସଂଖ୍ୟା ବଢୁଥିବା ଚିନ୍ତାର ପଡିଛନ୍ତି ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସୁପ୍ରିମୋ ଉଦ୍ଧାବ ଠାକରେ । ବୁଧବାର ସୋସିଆଲ୍ ମିଡିଆରେ ଲାଇଭ ପ୍ରେସମିଟ୍‌ କରି ନିଜର ବାଗୀ ବିଧାୟକମାନେଙ୍କୁ ଫେରିଆସିବା ପାଇଁ କହିଥିଲେ । ଆଉ ଏବେକାର ସ୍ଥିତି ଦେଖି ଦଳ ପକ୍ଷରୁ ବିଧାୟକ ଦଳ ବୈଠକ ଡକାଯାଇଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ, ଏପିରିକି ଏଭଳି କଠିନ ପରିସ୍ଥିତିରେ ଦଳ କଣ କରିବ । ସେନେଇ ମଧ୍ୟ ବିଚାର ବିମର୍ଶ ହେବ ।

Related Posts