
କୁଆଁରଗାଁ ସ୍କୁଲ ଶିକ୍ଷକ ସୁଦାମ ଚରଣ ପୁରୋହିତଙ୍କ ଦୁର୍ଘଟଣାରେ ପରଲୋକ | ସେ ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି | ଖୋଲାନ ପଞ୍ଚାୟତରେ ପ୍ରିଜାଇଡିଂ ଅଫିସର ଥିଲେ ସୁଦାମ ଚରଣ ପୁରୋହିତ ।
ଗତକାଲି ରାଜ୍ୟରେ ସେଵା ପର୍ଯାୟ ମତଦାନ ଶେଷ ହୋଇଥିବା ବେଳେ, ସେ ବାଲାଟ ପେପର ଓ ଭୋଟବାକ୍ସ ଡିପୋଜିଟ କରି ବାଇକରେ ଘରକୁ ଫେରୁଥିଲେ | କିନ୍ତୁ ଟିଟିଲାଗଡ଼ ନିକଟ ଗୋଏଲଭାଡି ନିକଟରେ ଦୁର୍ଘଟଣା ଘଟିଥିଲା । ଗୋଏଲଭାଡି ଛକ ନିକଟରେ ପୋଲିସ ବସ୍ ହଠାତ ବ୍ରେକ ଦେବାରୁ ବାଇକରେ ଥିବା ପ୍ରିଜାଇଡିଂ ଅଫିସର ପଛରେ ପିଟି ହୋଇଥିଲେ ।
ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଚେକଅପ୍ ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ମୃତ ଶିକ୍ଷକଙ୍କ ପରିବାର ଜଣଙ୍କୁ ସରକାରୀ ଚାକିରୀ ଏବଂ ସହାୟତା ଦାବି କରିଛନ୍ତି ପରିବାର ଲୋକେ |