ଥରିଲା ଇଣ୍ଡୋନେସିଆ: ରିକ୍ଟର ସ୍କେଲରେ ୬.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ

ଆଜି ପୂର୍ବାହ୍ନରେ ଇଣ୍ଡୋନେସିଆରେ ଅନୁଭୂତ ହୋଇଛି ଭୂକମ୍ପ | ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି | ଏନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି | ୟୁନାଇଟେଡ ଷ୍ଟେଟ ଜିଓଗ୍ରାଫିକାଲ ସର୍ଭେ ପକ୍ଷରୁ ଏହା କୁହାଯାଇଛି।

ମିଡିଆ ରିପୋର୍ଟ ଅନୁସାରେ ଇଣ୍ଡୋନେସିଆର ବୁକିଟ୍ଟିଙ୍ଗି ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୬୬ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଇଛି। ଆଜି ପୂର୍ବାହ୍ନ ୭ଟା ୯ ମିନିଟରେ ଏହି ଭୂକମ୍ପ ହେବା ଦ୍ବାରା ଲୋକେ ଭୟଭୀତ ହୋଇଯାଇଛନ୍ତି। ଭୂକମ୍ପ ଝଟକା ସଂପର୍କରେ ଲୋକେ ଜାଣିପାରିବା ପରେ ଘର ଭିତରୁ ବାହାରି ଯାଇଁ ପଡ଼ିଆ ଓ ଖାଲି ସ୍ଥାନ ଅଡ଼କୁ ଦୌଡ଼ିଛନ୍ତି। ତେବେ ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତି ସଂପର୍କରେ ଜଣାପଡ଼ି ନାହିଁ |

Related Posts