ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ : ଆଖି ବୁଜିଚନ୍ତି ଭେଟେରାନ ଅଭିନେତା ବିକ୍ରମ ଗୋଖଲେ । ୭୭ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତା ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ଝିଅ ସ୍ପଷ୍ଟ କରିଛନ୍ତି। ସେ ସୂଚନା ଦେଇ କହିଛନ୍ତି, ଏହା ନିଶ୍ଚିତ ଯେ, ବିକ୍ରମ ଗୋଖଲେଙ୍କ ଆଜି ଅପରାହ୍ନରେ ଦେହାନ୍ତ ହୋଇଛି। ଏହି କଠିନ ସମୟରେ ଆମେ ସମସ୍ତଙ୍କୁ ଶୁଭେଚ୍ଛା, ସମର୍ଥନ ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛୁ।

ଅଭିନେତାଙ୍କ ମୃତଦେହକୁ ବାଲ୍‌ ଗନ୍ଧର୍ବ ରଙ୍ଗ ମନ୍ଦିରକୁ ନିଆଯିବ ଏବଂ ସେଠାରେ ଶେଷକୃତ୍ୟ କରାଯିବ। ଅଭିନେତାଙ୍କ ଦେହାନ୍ତ ଖବର ଆସିବା ପରଠାରୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍‌ କରି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ବିକ୍ରମ ଗୋଖଲେ ଜୀ ଜଣେ ସୃଜନଶୀଳ ଏବଂ ବହୁମୁଖୀ ଅଭିନେତା ଥିଲେ। ତାଙ୍କର ଦୀର୍ଘ ଅଭିନୟ କ୍ୟାରିୟରରେ ଅନେକ ଆକର୍ଷଣୀୟ ଭୂମିକା ପାଇଁ ତାଙ୍କୁ ସ୍ମରଣ କରାଯିବ। ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି। ଶାନ୍ତି ବୋଲି ଲେଖିଛନ୍ତି।

Related Posts