ପ୍ରଧାନମନ୍ତ୍ରୀ ମୋଦି ଜଣେ ଝଗଡା ଟାଇପର ଲୋକ : ସିଶୋଡ଼ିଆ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀର ରାସନକାର୍ଡଧାରୀଙ୍କୁ ଡୋର ଷ୍ଟେପରେ ରାସନ ସାମଗ୍ରୀ ଯୋଗାଇ ଦେବାକୁ ନେଇ କେଜ୍ରିୱାଲ ସରକାର ଓ କେନ୍ଦ୍ର ସରକାର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଝଗଡା କରୁଥିବା ପ୍ରଧାନମନ୍ତ୍ରୀ କହି ଟାର୍ଗେଟ କରିଛନ୍ତି। ମଙ୍ଗଳବାର ଦିନ ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ସରକାରଙ୍କୁ ଏକ ଚିଠି ଲେଖି ଏହି ଯୋଜନାକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ମନ୍ତ୍ରଣାଳୟ କହିଛି ଯେ ଡୋର ଷ୍ଟେପରେ ରାସନ ବିତରଣ ଅଧୀନରେ ରାସନର ମୂଲ୍ୟ ଦିଲ୍ଲୀ ସରକାର ଉଲ୍ଲେଖ କରିନାହାଁନ୍ତି। ମନ୍ତ୍ରଣାଳୟ ଆହୁରି ମଧ୍ୟ ପଚାରିଛି ଯେ ଯେଉଁମାନେ ଡୋର ଷ୍ଟେପରେ ରାସନ ନେବାକୁ ପସନ୍ଦ ନକରନ୍ତି ସେମାନେ ପରେ ଦୋକାନରୁ ରାସନ ନେଇ ପାରିବେ କି ନାହିଁ ? ଯଦି ହିତାଧିକାରୀ ସେମାନଙ୍କ ଠିକଣା ପରିବର୍ତ୍ତନ କରନ୍ତି ତେବେ ଠିକଣା ଅପଡେଟ ପାଇଁ ସରକାର କି ବ୍ୟବସ୍ଥା କରିଛନ୍ତି। ଏହି ସବୁ ପ୍ରଶ୍ନର ଉତ୍ତରରେ ସିସୋଦିଆ କହିଛନ୍ତି “କେନ୍ଦ୍ର ସରକାର ଯଦି ଆମକୁ ରାସନର ଦର ବିଷୟରେ ପଚାରିଥାନ୍ତେ ତେବେ ଆମେ ସେମାନଙ୍କୁ କହିଥାନ୍ତୁ । ସେମାନେ କହୁଛନ୍ତି ଯେ ଏହି ଯୋଜନା ଖାରଜ କରିଦେଇଛନ୍ତି । କିନ୍ତୁ ଆମେ ଅନୁମୋଦନ ପାଇଁ ଏହି ଯୋଜନାକୁ କେବେବି ପଠାଇ ନାହୁଁ। ରାସନ ବଣ୍ଟନ ହେଉଛି ରାଜ୍ୟ ସରକାରଙ୍କ ଅଧିକାର । ଆମେ କେନ୍ଦ୍ରକୁ କହିଛୁ ଯେ ଏହି ଯୋଜନାରେ ରାସନର ଦର ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ହେବ ନାହିଁ। ” ଏହି ଚିଠିରେ ମନ୍ତ୍ରଣାଳୟ ପ୍ରଶ୍ନ କରିଛି ଯେ “ ରାସନ ବିତରଣ କରୁଥିବା ଯାନର ଚଳାଚଳ ବାଧାପ୍ରାପ୍ତ ହେବା ନେଇ ମନ୍ତ୍ରଣାଳୟ ଆଶଙ୍କା ପ୍ରକାଶ କରିଛି। ମନ୍ତ୍ରଣାଳୟର କହିବା କଥା ହେଉଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ହିତାଧିକାରୀ ଦିନ ମଜୁରିଆ ଏବଂ ଟ୍ରାଫିକ୍ ସମସ୍ୟା ହେତୁ ସେମାନଙ୍କ ନିକଟରେ ନିର୍ଦ୍ଦିଷ୍ଟ ତାରିଖ / ସମୟରେ ରାସନ ପହଞ୍ଚାଇବା ବାଧାପ୍ରାପ୍ତ ହୋଇପାରେ । ” ମନ୍ତ୍ରଣାଳୟର ଏହି ଆପତ୍ତିକୁ ସିସୋଦିଆ ହାସ୍ୟାସ୍ପଦ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଲାଗୁଛି ଯେ ପ୍ରଧାନମନ୍ତ୍ରୀ ରାଜ୍ୟ ସହ ଝଗଡା କରିବାରେ ଅଭ୍ୟାସ୍ତ ହୋଇଗଲେଣି ଏବଂ ଅଧିକାରୀମାନଙ୍କୁ ଚିଠି ଲେଖାଇବାରେ ଲାଗିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ଇତିହାସରେ ପ୍ରଥମ ଥର ପାଇଁ ଭାରତ ଏପରି ଝଗଡ଼ାଳୁ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି। ସେ ପଶ୍ଚିମବଙ୍ଗ ସିଏମ ସହିତ ଝଗଡା କରିଥିଲେ, ତା’ପରେ ସେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଝଗଡା କରିଥିଲେ । ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଟ୍ୱିଟର ଏବଂ ଫେସବୁକ୍ ସହିତ ଝଗଡା କରନ୍ତି। ଲାଗୁଛି ଯେ ସେ ଦୁଇ ଦିନ ପୂର୍ବେ ଆମ ସହ ଝଗଡା କରିବା ମନୋଭାବରେ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଏହି ଚିଠି ଲେଖିବାକୁ କହିଥିଲେ। ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ବନ୍ଦ କରିବାକୁ କେନ୍ଦ୍ରର କୌଣସି ଅଧିକାର ନାହିଁ । “ମୁଁ ଦୁଇଟି ଜିନିଷ ସ୍ପଷ୍ଟ କରିବାକୁ ଚାହୁଁଛି। ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି କେନ୍ଦ୍ର କହିଛି। ଆମେ କଦାପି ପ୍ରସ୍ତାବ ପଠାଇ ନାହୁଁ । ରାସନ ବଣ୍ଟନ ଆମର ଅଧିକାର । ଆପଣ କେଉଁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ବୋଲି ମନୀଷ ଶିଶୋଦିଆ ପଚାରିଛନ୍ତି ? ଦ୍ୱିତୀୟତଃ , ଯେତେବେଳେ ଲୋକମାନେ ନିଜ ଘରେ ପିଜା ଡେଲିଭରୀ କରିପାରିବେ, ଫ୍ରିଜ୍ ଆମାଜନ ଦ୍ୱାରା ଡେଲିଭର କରାଯାଇପାରିବ ରାସନ କାହିଁକି ନୁହେଁ ବୋଲି ସେ ପଚାରିଛନ୍ତି । ଦିଲ୍ଲୀ ସରକାରଙ୍କ ଏହା ଏକ ପ୍ରମୁଖ ଯୋଜନା ହୋଇଥିବା ବେଳେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହମତି ହାସଲ କରିବାକୁ ପଡିବ। ଦିଲ୍ଲୀର ଶାସନ ଢାଞ୍ଚା ଅନୁଯାୟୀ ଏଲଜି ତାଙ୍କ ବିବେକ ଆଧାରରେ ନୀତିଗତ ନିଷ୍ପତ୍ତି ନେବେ। ଏହାପୂର୍ବରୁ ମଧ୍ୟ କେନ୍ଦ୍ର ସରକାର କହିଥିଲେ ​​ଯେ ରାସନ ଦୋକାନ ବ୍ୟତୀତ ଅନ୍ୟ କୌଣସି ମାଧ୍ୟମରେ ରାସନ ବଣ୍ଟନ କରାଯାଇପାରିବ ନାହିଁ। କେନ୍ଦ୍ର ସରକାର ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଦିଲ୍ଲୀ ସରକାର ଏପର୍ଯ୍ୟନ୍ତ ୱାନ ନେସନ, ୱାନ ରେସନ କାର୍ଡ ସ୍କିମ ଏବଂ ଯାଞ୍ଚ ଉପକରଣ ପାଇଁ ଇ-ପୋସ ମେସିନର ବ୍ୟବହାର କାହିଁକି ଆରମ୍ଭ କରିନାହାଁନ୍ତି ? ସିସୋଦିଆ ଏହାର ଉତ୍ତରରେ କହିଛନ୍ତି ଯେ “ଅନେକ ସମୟରେ ରାସନ ଦୋକାନଗୁଡ଼ିକ ଠିକ୍ ସମୟରେ ଖୋଲନ୍ତି ନାହିଁ, ଲମ୍ବା ଲାଇନ ଲମ୍ବି ଥାଏ ଏବଂ କିଛି ଲୋକଙ୍କୁ ରାସନ ଦେବା ପାଇଁ ମନା କରିଦିଆଯାଏ । ଡୋରଷ୍ଟେପ୍ ରାସନ ବିତରଣ ଏହି ସବୁ ସମସ୍ୟାର ସମାପ୍ତ କରିବ ବୋଲି ସିସୋଦିଆ କହିଛନ୍ତି।

Related Posts