ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁହଁ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁହଁ ରେ ଭାରତର ପ୍ରଧାନମନ୍ତ୍ରୀ ଙ୍କ ପ୍ରଶଂସା । ସେପଟେ ନିଜ ଗଦି ଟଳମଳ ହେଉଥିବା ବେଳେ, ଭାରତ ପିରତି ତାଙ୍କୁ ଆଉ ଏବେ ବଡ଼ ଅସୁବିଧାରେ ପକେଇ ଦେଇ ପାରେ । ରବିବାର ଇମ୍ରାନ ଖାନ ଭାରତ ସରକାରଙ୍କ ବିଦେଶ ନୀତିର ପ୍ରଶଂସା କରିଛନ୍ତି। ଖଇବର ପଖତୁନଖଓ୍ଵାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ଖାନ କହିଛନ୍ତି, ଆମ ପଡୋଶୀ ଦେଶର ବିଦେଶ ନୀତି ନିଜ ଲୋକଙ୍କ ପାଇଁ ରହି ଆସିଛି। ଭାରତ କ୍ଵାଡର ସଦସ୍ୟ, ତଥାପି କଟକଣା ସତ୍ତ୍ଵେ ରୁଷଠୁ ତେଲ କିଣୁଛି।

ରବିବାର ପଖତୁନଖଓ୍ଵାର ମଲକନ୍ଦ ଜିଲ୍ଲାର ଦରଗଇ ତହସିଲରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ କହିଛନ୍ତି, ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ବିରୋଧୀ ଜନତାଙ୍କ ସହ ଧୋକ୍କା କରୁଛନ୍ତି। ସେ କ୍ଷମା କରିବା ସହ ନିଜ ପାର୍ଟିର ବିଦ୍ରୋହୀ ସାଂସଦଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତ। ବିରୋଧୀ ଦଳ ଦାବି କରୁଛନ୍ତି ଯେ, ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ଅନେକ ସାଂସଦ ସେମାନଙ୍କ ସଂପର୍କରେ ଅଛନ୍ତି। ସେମାନେ ଅନାସ୍ଥା ପ୍ରସ୍ତାବ ସମୟରେ ଇମ୍ରାନଙ୍କ ବିରୋଧରେ ଭୋଟ୍ ଦେବେ।

ଏହି ସମୟରେ ଇମ୍ରାନ ଖାନ ଭାରତର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ମୁଁ ଆଜି ଭାରତକୁ ସଲାମ କରୁଛି। କାରଣ ଭାରତ ସର୍ବଦା ନିଜର ସ୍ଵତନ୍ତ୍ର ବିଦେଶ ନୀତିର ପାଳନ କରୁଛି। ଆଜି ଭାରତର ଆମେରିକା ସହିତ ମେଣ୍ଟ ରହିଛି ଏବଂ ଅନ୍ୟପଟେ ରୁଷଠୁ ମଧ୍ୟ ତେଲ କିଣୁଛି। କଟକଣା ସତ୍ତ୍ଵେ ବି ଭାରତ ଏସବୁ କରୁଛି କାରଣ ଭାରତର ନୀତି ସର୍ବଦା ନିଜ ଲୋକଙ୍କ ପାଇଁ ରହି ଆସିଛି।

Related Posts