ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି ଓଡ଼ିଶାର ବିଜେପି ସାଂସଦ | ଏହି ଅବସରରେ ବିଜେପି ସାଂସଦଙ୍କୁ ମୋଦିଙ୍କ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସଙ୍ଗଠନ କିଭଳି ସୁଦୃଢ଼ ହେବ ତାକୁ ନେଇ ଦେଲେ ଟିପ୍ସ ଦେବା ସହ ସାଂସଦମାନଙ୍କ ଭୂମିକା କିଭଳି ହେବା କଥା, ଲୋକଙ୍କ ସହ କିଭଳି ସମ୍ପର୍କ ରଖିବେ। ଏହାସହ କେନ୍ଦ୍ର ସରକାରଙ୍କ ‘ସବ୍‌କା ସାଥ ସବ୍‌କା ବିକାଶ’ ବାର୍ତ୍ତା କେମିତି ଲୋକଙ୍କ ପାଖରେ ପହଞ୍ଚାଇବେ ସେନେଇ ସାଂସଦ ମାନଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ।

ସାମାଜିକ ନ୍ୟାୟ କେମିତି ସମସ୍ତଙ୍କ ପାଖରେ ପହଞ୍ଚିବ, ସାଂସଦମାନେ କେମିତି ଲୋକପ୍ରିୟତା ପାଇବେ ସେନେଇ ଟିପ୍ସ ମଧ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସାରା ଓଡ଼ିଶାର କଥା ଆଲୋଚନା ହୋଇଥିଲା।

ସେପଟେ ମୋଦିଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ଯେଉଁ ପ୍ରଶ୍ନ ପଚାରିଥିଲେ ତାହାର ଉତ୍ତର ଦେଇଥିଲୁ ବୋଲି କହିଛନ୍ତି ସାଂସଦ ବସନ୍ତ ପଣ୍ଡା।ତେବେ ଏହି ସାକ୍ଷତା ସୌଜନ୍ୟମୂଳକ ଥିଲା। ବ୍ୟକ୍ତିଗତ ଓଡ଼ିଶା ବାବଦରେ ସେମିତି କିଛି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି।

ଏହି ଅବସରରେ କେବଳ ଓଡ଼ିଶା ନୁହେଁ ଦିଲ୍ଲୀ, ହରିୟାଣା, ଉତ୍ତରାଖଣ୍ଡର ସାଂସଦ ଓ ମନ୍ତ୍ରୀ ମାନେ ଉପସ୍ଥିତ ଥିଲେ। କେନ୍ଦ୍ରର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ତୃଣମୂଳ ସ୍ଥରରେ ସଂଗଠନକୁ ସୁଦୃଢ କରିବା, ଲୋକଙ୍କ ସହ ମିଶି ବିଶ୍ୱାସଭାଜନ ହେବା ପାଇଁ ବିଜେପି ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ।

ସୂଚନାଯୋଗ୍ୟ, ଆଜି ଏହି ୪ ରାଜ୍ୟର ବିଜେପି ସାଂସଦ ଓ ମନ୍ତ୍ରୀଙ୍କୁ ନିଜ ବାସଭବନକୁ ବ୍ରେକ୍‌ଫାଷ୍ଟ ପାଇଁ ନିମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |

୧୭ ତମ ଲୋକସଭା କାଳରେ ଓଡିଆ ସାଂସଦଙ୍କୁ ତୃତୀୟ ଥର ପାଇଁ ମୋଦୀ ସକାଳ ଜଳଖିଆରେ ଡକାଇଛନ୍ତି । ଚଳିତ ବଜେଟ ଅଧିବେଶନ ଶେଷ ହେବ ପୂର୍ବରୁ ଦଳୀୟ ସାଂସଦଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନିଜ ଆଡୁ ନିଷ୍ପତି ଗ୍ରହଣ କରିଛନ୍ତି । ଗତ କିଛି ଦିନ ଧରି ଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ଭିଡ ଜମୁଥିଲା । କିଛି ନେତା ବିଜେପି ସଭାପତି ଜେପି ନଡ୍ଡା ଏବଂ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ୁ ଭେଟିଥିଲେ ଆଉ ସାଂସଦ ଅପରାଜିତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ସେହିପରି ପ୍ରଥମ ଥର ପାଇଁ ରାଜ୍ୟ ବିଜେପିର ୨୦ ବିଧାୟକ ଦିଲ୍ଲୀରେ ଯାଇ ଡେରା ପକାଇଥିଲେ ।