ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଆଣିବା ନେଇ ପୁଣି ଥରେ ପୁଟ୍ଟିନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ସପ୍ତମ ଦିନରେ ପହଁଚିଛି ଋଷ ଓ ୟୁକ୍ରେନ ଲଢେ଼ଇ। ୟୁକ୍ରେନ୍‌ ଉପ​‌ରେ ଳଗାତାର ଭାବେ ଋଷ ସେନା ମିସାଇଲ ଏବଂ ଗୁଳିମାଡ ଜାରି ରଖିଥିବା ବେଳେ ୟୁକ୍ରେନ ର ସ୍ଥିତି ଜଟିଳ ହୋଇପଡିଛି। ଏହାରି ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟ୍ଟିନ୍‌ଙ୍କ ସହ ପୁଣି ଥରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ତଥା ନାଗରିକଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ନେଇ ପୁଟ୍ଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି ମୋଦି ।

ଋଷର ଘନଘନ ଆକ୍ରମଣ ମଧ୍ୟରେ ଭାରତୀୟଙ୍କୁ ସେଠାରୁ ଫେରାଇ ଆଣିବା କେନ୍ଦ୍ର ସରକାରଙ୍କ ପାଇଁ ଏ​ବେ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଛି । ଏଥିସହ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ୟୁକ୍ରେନ୍‌ ସଙ୍କଟକୁ ନେଇ ପୁଣି ଥରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବରୁ ମଧ୍ୟ ୟୁକ୍ରେନ୍‌-ଋଷ ଯୁଦ୍ଧ ଏବଂ ଭାରତୀୟଙ୍କୁ ସେଠାରୁଥର ଉଚ୍ଚ ଫେରାଇଆଣିବା ପାଇଁ ୫ ସ୍ତରୀୟ ବୈଠକ ହୋଇସାରିଛି । ଏବେ ପୁଣି ଥଷର ପୁଟ୍ଟିନଙ୍କ ସହ ଫୋନ ଯୋଗେ କଥା ହେବାପରେ ବୈଠକ ଡକାଇଛନ୍ତି ପିଏମ୍‌ ମୋଦି ।

ସେପଟେ ୟୁକ୍ରେନ୍‌ ଉପରେ ଆକ୍ରମଣ ଘଟଣାକୁ ନେଇ କୂଟନୈତିକ ମାଧ୍ୟମରେ ସମାଧାନ କରିବାକୁ ଋଷ କୁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ ।

Related Posts