ଦିଲ୍ଲୀ ଗସ୍ତ ପୂର୍ବରୁ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସର ସଂସଦୀୟ ସଭାପତି ଭାବେ ବିବେଚିତ ହେଲେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର  ସଂସଦୀୟ ସଭାପତି  ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ  ସାଂସଦ  ଡେରେକ ଓ’ବ୍ରାଇନ ସୂଚନା ଦେଇଛନ୍ତି । ତେବେ ମମତା ବାନାର୍ଜୀଙ୍କର ନୂଆ ଦିଲ୍ଲୀ ଗସ୍ତ ପୂର୍ବରୁ  ଏପରି ଘୋଷଣା କରାଯାଇଛି । ଯାହା ଏକ ବୃହତ  ଜାତୀୟ  ଧ୍ୟାନର ମୂଳଦୁଆ  ପକାଇବ ବୋଲି  ଆଶା କରାଯାଉଛି ।

   ତେବେ ସାଂସଦ  ସୁଦୀପ  ବାନ୍ଦ୍ୟପାଧ୍ୟାୟଙ୍କ ଠାରୁ ମମତା ବାନାର୍ଜୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ମମତା ବାନାର୍ଜୀ କିଛି ରାନୈତିକ  ବ୍ୟକ୍ତିଙ୍କ  ମଧ୍ୟରେ  ରହିବେ  ଯେଉଁମାନେ  ସଂସଦରେ ନିର୍ବାଚିତ  ନେତା ନ ହୋଇ ନିଜ ଦଳର  ସଂସଦୀୟ  ଦଳର  ନେତୃତ୍ୱ ନେଇଛନ୍ତି । ସେହିପରି ୧୯୯୮ରେ  ସୋନିଆ ଗାନ୍ଧୀ ଦଳର ମୁଖ୍ୟ ହେବାପରେ  କଂଗ୍ରେସ  ସଂସଦୀୟ  ଦଳର ନେତୃତ୍ୱ ନେଇଥିଲେ । ଅନ୍ୟପଟେ ମମତା ଦୁଇଦିନ  ପୂର୍ବରୁ ସମଗ୍ର ଦେଶରେ  ଦଳର କର୍ମୀ  ତଥା  ବିରୋଧୀ ଦଳର  ନେତାମାନଙ୍କୁ ସମ୍ବୋଧିତ  କରି ବିଜେପି  ବିରୋଧରେ  ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ । 

   ଆଜି  ରାଜ୍ୟସଭାରେ ଟିଏମସିର ଏମପି  ସାନ୍ତନୁ ସେନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ  ତୃଣମୂଳ କଂଗ୍ରେସ ନେତା ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଆମେ ସଂସଦ  ଚଳାଇବାକୁ ଚାହୁଁ । ଦୁଇ କିମ୍ବା  ତିନୋଟି  ପ୍ରସଙ୍ଗ ଉପରେ  ଆଲୋଚନା  ହେଉ ବୋଲି ଆମେ ଚାହୁଁ । ପେଗାସସ ପ୍ରସଙ୍ଗ ଉପରେ  ଆଲୋଚନା ହେବା ଆବଶ୍ୟକ । ଏହା ସହ  ନୂତନ ଚାଷୀ ଆଇନକୁ  ରଦ୍ଦ କରାଯାଉ ବୋଲି  ତୃଣମୂଳ କଂଗ୍ରେସ ନେତା କହିଛନ୍ତି ।

Related Posts