ଠକୁଛି କେନ୍ଦ୍ର ଶୋଇଛି ରାଜ୍ୟ : କଂଗ୍ରେସ

 

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ ମାନଙ୍କର ବିକାଶରେ କେନ୍ଦ୍ରରେ ବିକାଶ ହୁଏ । ଦୃଢୋକ୍ତି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟମାନଙ୍କ ପ୍ରତି ଅବିଚାର କରିଚାଲିଛନ୍ତି । ରାଜ୍ୟମାନଙ୍କୁ ଦିଆଯାଉଥିବା କେନ୍ଦ୍ରୀୟ ସହାୟତା ରାଶି ୨୦୧୪ – ୧୫ ଠାରୁ ଧାରାବାହିକ ଭାବରେ କମିକମି ଚାଲିଛି ବୋଲି ପିସିସି ମିଡ଼ିଆ ବିଭାଗ ଅଧକ୍ଷ ଶ୍ରୀ ଗଣେଶ୍ୱର ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀ ବେହେରା କ୍ଷୋଭ ପ୍ରକାଶକରି କହିଛନ୍ତି ରାଜ୍ୟ ବିଜେଡ଼ି କେନ୍ଦ୍ର ବିଜେପିର ଅବହେଳାକୁ ନୀରବରେ ସହି ଚାଲିଛି । 

ଅଭିଯୋଗର ଯଥାର୍ଥତା ପ୍ରତିପାଦନ ପାଇଁ ତଥ୍ୟ :- 

ଏହି ତଥ୍ୟ ଅନୁସାରେ ଉପାସରକାର ଅମଳରେ ୨୦୧୪ ମସିହା ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ଅର୍ଥକମିଶନ କରିଥିବା ସୁପାରିଶ ଠାରୁ ନିୟମିତ ଭାବେ ଅଧିକ ଅର୍ଥ ହସ୍ତାନ୍ତର କରାଯାଉଥିଲା । ମୋଦି ସରକାର ଆସିବା ଠାରୁ ୨୦୧୪ – ୧୫ ମସିହାରୁ ଏହାର ବିପରୀତ ଗତି ଆରମ୍ଭ ହେଲା । 

ମୋଦି ସରକାରଙ୍କ ପ୍ରଥମ ୬ ବର୍ଷରେ ( ୨୦୧୪ – ୨୦୨୦ ) ରାଜ୍ୟମାନଙ୍କର ମିଳିଥିବା କେନ୍ଦ୍ରୀୟ ରାଶି ଅର୍ଥକମିଶନଙ୍କ ସୁପାରିଶ ତୁଳନାରେ ୩୭ ପ୍ରତିଶତ ହ୍ରାସ ପାଇଲା । ମୋଦୀ ସରକାର ସେସ୍ ଓ ସରଚାର୍ଜ ପରିମାଣ ବୃଦ୍ଧିକରି ରାଜ୍ୟମାନଙ୍କୁ ତାଙ୍କ ପ୍ରାପ୍ୟାରୁ ବଂଚିତ କଲେ ।

 ଏଠାରେ ଉଲ୍ଲେଖ୍ୟ ଯୋଗ୍ୟଯେ ସେସ୍ ଓ ସରଚାର୍ଯ ବାବଦରେ ୭ବର୍ଷ ଭିତରେ ଆଦାୟ କରିଥିବା ଆୟ ସମୁଦାୟ ରାଜସ୍ବ ଆୟର ୭.୫ % ଅଧିକ ବୃଦ୍ଧି କରିଛନ୍ତି । ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ ପେଟ୍ରୋଲ ଉପରୁ ଲିଟରପ୍ରତି ଆଦାୟ କରୁଥିବା ଟି ୩୨.୯୦ ପ . ଟିକସରୁ ଟ . ୨୦.୫୦ ପଇସା ସେସ୍ ଓ ସରଚାର୍ଯ ବାବଦରେ ନିଜସ୍ବ ଆୟ ଆଦାୟ କରୁଛନ୍ତି ମାତ୍ର ଟ . ୧୨.୪୦ ପଇସା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆବଂଟନ କରୁଛନ୍ତି । 

   ସେହିପରି ଭାବରେ ଡିଜେଲ ଉପରେ ଲିଟର ପିଛା ଟ . ୩୧.୮୦ପ ଟିକସ ଆଦାୟ କରୁଥିବା ସ୍ଥଳେ ମାତ୍ର ଟ . ୯.୮୦ ପଇସାରୁ ରାଜ୍ୟ ମାନଙ୍କୁ ଭାଗ ଦେଉଛନ୍ତି । ଫଳତଃ ରାଜ୍ୟମାନେ କ୍ଷତି ସହୁଛନ୍ତି । ପଞ୍ଚଦଶ ଅର୍ଥକମିଶନ ସୁପାରିଶକୁ ମଧ୍ୟ କେନ୍ଦ୍ର ଉପେକ୍ଷା କରୁଛି । ସୁପାରିଶ ସମୟର ପ୍ରଥମ ବର୍ଷ ଅର୍ଥାତ ୨୦୨୧ – ୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ବଜେଟ ଆକଳନରେ ରାଜ୍ୟମାନଙ୍କୁ ହସ୍ତାନ୍ତର ପାଣ୍ଠିକୁ ମାତ୍ର ୩୦ ପ୍ରତିଶତରେ ସୀମିତ ରଖାଯାଇଛି । 

   ଯାହା ଅର୍ଥକମିଶନଙ୍କ ସୁପାରିଶ ଠାରୁ ୧୧ % କମ । ପରିଣାମ ସ୍ବରୂପ କ୍ଷତି ସହୁଛନ୍ତି ରାଜ୍ୟମାନେ । କ୍ଷତିସହୁଛି ଓଡ଼ିଶା । ଡ . ରଘୁରାମ ରାଜନ କମିଟିର ସୁପାରିଶକୁ ଉପାସରକାର ନୀତିଗତ ଭାବରେ କାର୍ଯ୍ୟକରିବାକୁ ନିଷ୍ପତି କରିଥିଲେ ହେଁ ମୋଦି ସରକାର ଏହାକୁ ଗ୍ରହଣ କଲେ ନାହିଁ । ଏହି ସୁପାରିଶ କାର୍ଯ୍ୟକାରୀ ହୋଇଥିଲେ ଓଡ଼ିଶା ପ୍ରକୃତଭାବେ ଉପକୃତ ପାଇଥାନ୍ତା ।

    କାରଣ ଓଡ଼ିଶା କମିଟିର ନଷ୍ଟିୟ ଅନୁସାରେ ୧୧ଟି ନ୍ୟୁନତମ ବିକଶିତ ରାଜ୍ୟତାଲିକାରେ ଶୀର୍ଷରେ ଥିଲା । ଏହା ଓଡ଼ିଶାର ଅନଗ୍ରସରତା ପ୍ରତି କେନ୍ଦ୍ରର ଉପହାସ ନୁହେଁ ତ ଆଉ କ’ଣ ? ଖଣି ରୟାଲଟି ସଂଶୋଧନ ନିମିତ କେନ୍ଦ୍ର ସରକାର ଅମଙ୍ଗ ହେତୁ ଓଡ଼ିଶାକୁ କ୍ଷତି ସହିବାକୁ ପଡୁଛି । ଶେଷଥର ପାଇଁ ଉପାସରକାର ଅମଳରେ ୨୦୧୦ ମସିହା ଜୁଲାଇରେ ଖଣି ରୟାଲଟି ସଂଶୋଧନ କରାଯାଇଥିଲା । 

   ମୋଦି ସରକାର ଆସିବାର ୭ବର୍ଷ ପୁରିଯାଇଥିଲେ ମଧ୍ୟ ରାଜ୍ୟର ଏହି ଯଥାର୍ଥ ଦାବିଟିକୁ ବିଚାର କରାଯାଇ ନାହିଁ । ଚଳିତ ମାସ ୧୯ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ସଂସଦରେ ଉତ୍ତର ରଖି ଏହା ସମ୍ଭବ ନୁହେଁ ବୋଲି ରୋକ ଠୋକ୍ ମନାକରିଦେଇଛନ୍ତି । ମାନ୍ୟବର ମନ୍ତ୍ରୀ ଏପରି ଉକ୍ତି ବାଢ଼ିଲାବେଳେ ସାରକାରିଆ କମିଶନ ଓ ଏକାଦଶ ଅର୍ଥ କମିଶନଙ୍କ ପ୍ରତ୍ୟେକ ତିନିବର୍ଷରେ ଖଣି ରୟାଲଟି ସଂଶୋଧନ ସୁପାରିଶକୁ ସଂପୂର୍ଣ୍ଣ ପାସୋରି ଦେଇଛନ୍ତି । 

  ଏହାଠାରୁ ବଳି ବଡ଼ ଅବିଚାର ଓଡ଼ିଶା ପାଇଁ କ’ଣ ହୋଇପାରେ ବୋଲି ଶ୍ରୀ ବେହେରା କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏସମସ୍ତ ଧାରାବାହିକ ଅବହେଳା ବିରୁଦ୍ଧରେ ବିଜେଡ଼ି ପାଟି ଫିଟାଉ ନାହିଁ । କେବଳ ଲୋକଦେଖାଣିଆ ଭାବେ ପଦୁଟିଏ କହି ତୁନି ପଡୁଛି । ଏହା ପ୍ରମାଣ କରେଯେ ବିଜେଡ଼ି ଓ ବିଜେପି ମଧ୍ୟରେ କୌଣସି ପ୍ରାର୍ଥକ୍ୟ ନାହିଁ । 

   ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ଏମାନଙ୍କୁ ଅବଲୋକନ କଲେ ଲୁଇସ କ୍ୟାରଲଙ୍କ କାଳଜୟୀ ଉପନ୍ୟାସ “ ୟୁ ଦି ଲୁକିଙ୍ଗ କ୍ଲାସ ( Through the Looking Glass ) ର ଦୁଇ ରହସ୍ୟମୟ ଚରିତ୍ର ଟୁଇଡିଲଡି ଓ ଟୁଇଡିଲଡମ୍ ପରି ଲାଗୁଛଛି ବୋଲି ପିସିସି ଗଣମାଧମ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବ୍ୟଙ୍ଗୋକ୍ତି କରିଛନ୍ତି । 

ସୁତରାଂ , ଉଭୟ ବିଜେପି ଓ ବିଜେଡ଼ି ରାଜ୍ୟ ସ୍ୱାର୍ଥ ପ୍ରତି ସଂପୂର୍ଣ୍ଣ ଉଦାସୀନ ଓ ରାଜ୍ୟ ସୁରକ୍ଷାରେ ସଂପୂର୍ଣ୍ଣ ବିଫଳ । ଓଡ଼ିଶା ବାସୀ ଯଥାସମୟରେ ଏହାର ଉଚିତ୍‌ ଜବାବ ଦେବେଳେ ବୋଲି ଶ୍ରୀ ବେହେରା କହିଛନ୍ତି । 

ଏହି ସାମ୍ବାଦିକ ସମ୍ମଳନୀରେ ମିଡିଆ ବିଭାଗର ଆବାହକ ସତ୍ୟପ୍ରକାଶ ନାୟକ , ମୁଖପାତ୍ର ମନୋରଞ୍ଜନ ଦାଶ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଉପସ୍ଥିତ ଥିଲେ । 

Related Posts