ରାୟବରେଲି କି ଅମେଠୀରୁ ନିର୍ବାଚନ ଲଢ଼ିବେନି ପ୍ରୀୟଙ୍କା, ରାହୁଲଙ୍କ ଲଢ଼ିବା ନେଇ ଏବେ ବି ପ୍ରଶ୍ନବାଚୀ

ଭୁବନେଶ୍ୱର,୩୦/୪(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ଦୁଇଟି ହାଇ ପ୍ରୋଫାଇଲ୍ ଆସନ, ରାୟବରେଲି ଏବଂ ଆମେଠୀ ଉପରେ ଜାରି ରହିଛି ସସପେନ୍ସ। ଦୀର୍ଘଦିନ ଧରି ଏହି ଦୁଇ ଆସନ କଙ୍ଗ୍ରେଆର ଗଡ଼ ହୋଇ ରହି ଆସିଛି | ଏଥର ରାୟବରେଲି ଆସନରୁ ସୋନିଆ ଗାନ୍ଧୀ ପ୍ରତିଦ୍ୱନ୍ଦିତା କରିବା ନାହିଁ | ସେ ରାଜସ୍ଥାନରୁ ରାଜ୍ୟସଭାକୁ ମନୋନୀତ ହୋଇ ସାରିଛନ୍ତି | ଏଭଳି ସ୍ଥିତିରେ ତାଙ୍କର ପାରମ୍ପରିକ ରାୟବରେଲି ଆସନରୁ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଅଲଢିବେ ବୋଲି ଚର୍ଚ୍ଚା ହେଉଥିଲା | ହେଲେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପ୍ରିୟଙ୍କା ଗାନ୍ଧୀ ଚଳିତ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ସେ କେବଳ ପ୍ରଚାର କରିବେ।

ସେପଟେ ରାହୁଲ ଗାନ୍ଧୀ ଆମେଠୀ କିମ୍ବା ରାୟବରେଲିରୁ ନିର୍ବାଚନ ଲଢ଼ିବା ନେଇ ଏବେ ବି ପରଦା ଉଠିପାରିନାହଁ । ତେବେ ଆସନ୍ତାକାଲି ଏହାର ନିଷ୍ପତି ଆସିପାରେ। ଏହା ପୂର୍ବରୁ କୁହାଯାଉଥିଲା ​​ଯେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆମେଠୀ ଏବଂ ରାୟବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ​​ରାହୁଲ ଗାନ୍ଧୀଙ୍କୁ ଆମେଠୀ ଆସନରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ନିର୍ବାଚନରେ ​​ସେ ମୋଦୀ ସରକାରଙ୍କ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ତେବେ ୱାୟାନାଡ ଆସନରୁ ନିର୍ବାଚନ ଜିତିବା ପରେ ସେ ସଂସଦରେ ହୋଇଥିଲେ। କଂଗ୍ରେସର ଗଡ଼ ବୋଲି କୁହାଯାଉଥିବା ଆମେଠୀ ଲୋକସଭା ନିର୍ବାଚନମଣ୍ଡଳୀରେ ୫ ଟି ବିଧାନସଭା ଆସନ ରହିଛି। ୨୦୨୨ ନିର୍ବାଚନରେ ​​ସମାଜବାଦୀ ପାର୍ଟି ଆମେଠୀ ଏବଂ ଗୌରୀଗଞ୍ଜରୁ ଦୁଇଜଣ ବିଧାୟକ ଜିତିଥିବା ବେଳେ ସାମାନ୍ୟ ଭୋଟରେ ସାଲୁନ୍ ଆସନରେ ପରାଜିତ ହୋଇଥିଲେ। ତେବେ ଆମେଠୀରେ ତିନିଜଣ ବିଧାୟକ ପାଇବାରେ ବିଜେପି ସଫଳ ହୋଇଥିଲା।

Related Posts