ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ହେଲେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ନୂତନ କୁଳପତି। ଓଡ଼ିଶାର ରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତିନି ବର୍ଷ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କୁ ନିଯୁକ୍ତ କରିଛନ୍ତି।
ପ୍ରଫେସର ସ୍ବାଇଁଙ୍କର ୩୧ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଅଛି। ସେ ଦଶଟି ପୁସ୍ତକ ରଚନା କରିଛନ୍ତି ଏବଂ ସଫଳତାର ସହିତ ଦୁଇ ଡିଲିଟ୍, ୧୫ ପିଏଚଡି ଏବଂ ୫୬ ଏମଫିଲ୍ ସ୍କଲାରମାନଙ୍କୁ ଗାଇଡ୍ କରିଛନ୍ତି।
