ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନ୍ୟାସନାଲ ମନୁମେଣ୍ଟ ଅଥରିଟି ( ଜାତୀୟ ସ୍ମାରକୀ ପ୍ରାଧିକରଣ )ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପ୍ରଫେସର କିଶୋର କୁମାର ବାସା । ନିଯୁକ୍ତି ସମ୍ପର୍କରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫେସର ବାସା ଏବେ ବାରିପଦା ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳର କୁଳପତି ଅଛନ୍ତି। ପ୍ରଫେସର କିଶୋର ବାସା ନ୍ୟାସନାଲ କନଫେଡେରେସନ ଆଣ୍ଡ ଏକାଡେମୀ ଅଫ୍ ଅନ୍ଥ୍ରୋପୋଲୋଜିଷ୍ଟର ମଧ୍ୟ ଅଧ୍ୟକ୍ଷ ଅଛନ୍ତି ।

ସେ ଅନେକ ବର୍ଷ ଧରି ଉତ୍କଳ ବିଶ୍ବବିଦ୍ୟାଳୟର ନୃତତ୍ବ ବିଭାଗର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ପ୍ରଫେସର ବାସା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ସଂସ୍ଥାରେ କାର୍ଯ୍ୟ କରିଛନ୍ତି। ତେବେ କେନ୍ଦ୍ର ସରକାର ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ଏହି ସଂସ୍ଥାର ଅଧ୍ୟକ୍ଷ ହେବାରେ ପ୍ରଫେସର ଶ୍ରୀ ବସା ହେଉଛନ୍ତି ପ୍ରଥମ ଓଡ଼ିଆ।