ଭାରତ-ପାକିସ୍ତାନ ସମସ୍ୟାର ସମାଧାନ ଦିଗରେ ପାକିସ୍ତାନ ସେନାମୁଖ୍ୟଙ୍କ ଶାନ୍ତି ଆଲୋଚନା ପ୍ରସ୍ତାବ

ଇସଲାମାବାଦ: ଭାରତ ପାକିସ୍ତାନ ମଧ୍ୟରେ ଥିବା ସଂପର୍କ ବିଷୟରେ ସମସ୍ତଙ୍କୁ ଜଣା । ସୀମା ବିବାଦ ହେଉ କି କାଶ୍ମୀର ପ୍ରସଙ୍ଗ ଏନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଜାରୀ ରହିଛି। ତେବେ ଏହାରି ମଧ୍ୟରେ ପାକିସ୍ତାନ ସେନା ଏବେ ଶାନ୍ତି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଇଚ୍ଛା ପ୍ରକାଶ କରିଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଏକାଧିକ ସମସ୍ୟା କେବଳ ଶାନ୍ତିପୂର୍ଣ୍ଣ ଭାବେ କୂଟନୈତିକ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହେବା ଉଚିତ ବୋଲି ପ୍ରକାଶ କରିଛନ୍ତି ପାକିସ୍ତାନ ସେନାମୁଖ୍ୟ ଜେନେରାଲ ବାଜଓ୍ବା ।

ଆଜି (ଶନିବାର) ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଅନ୍ତର୍ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆୟୋଜିତ ଏକ ସମ୍ମିଳନୀରେ ବାଜଓ୍ବାଙ୍କର ଏପରି ଆଭିମୁଖ୍ୟ ସାମ୍ନାକୁ ଆସିଛି । ପାକିସ୍ତାନରେ ଆୟୋଜିତ ଦୁଇ ଦିନିଆ ଇସଲାମାବାଦ ସୁରକ୍ଷା ସମ୍ମିଳନୀ ‘Islamabad Security Dialogue’ର ଅନ୍ତିମ ଦିବସରେ ଯୋଗ ଦେଇ ସମ୍ବୋଧିତ କରିବା ଅବସରରେ ବାଜଓ୍ବାଙ୍କର ଏପରି ଶାନ୍ତି ଆଲୋଚନା ଆଭିମୁଖ୍ୟ ସାମ୍ନାକୁ ଆସିଛି । ପାକିସ୍ତାନ ତଥା ବିଶିଷ୍ଟ ଅନ୍ତର୍ଜାତୀୟ ବୈଦେଶିକ ବିଶେଷଜ୍ଞମାନେ ମଧ୍ୟ ଏହି କନଫରେନ୍ସରେ ଅଂଶଗ୍ରହଣ କରିବା ସହ ମତ ରଖିଥିଲେ । ବର୍ତ୍ତମାନ ସମୟରେ ଅନ୍ତରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ସାମ୍ନାକୁ ଆସୁଥିବା ନୂଆ ସମସ୍ୟା ଓ ଏହାର ପ୍ରଭାବୀ ସମାଧାନର ଏକାଧିକ ଦିଗ ଉପରେ ଆଲୋଚନା ମଧ୍ୟ ଏହି କନଫରେନ୍ସରେ ସ୍ଥାନ ପାଇଥିଲା ।ତେବେ ପାକିସ୍ତାନ ସରକାର ଓ ବିଦେଶ ନୀତିରେ ପ୍ରତ୍ୟେକ୍ଷ ପ୍ରଭାବ ରଖୁଥିବା ପାକିସ୍ତାନ ସେନାର ଏକ ବଡ ଭୂମିକା ରହିଥାଏ । ଏପରିି ସ୍ଥଳେ ପାକିସ୍ତାନ-ଭାରତ ମଧ୍ୟରେ ଥିବା କାଶ୍ମୀର ପରି ସମ୍ବୋଦନଶୀଳ ବିବାଦ ସହ ଅନ୍ୟ କିଛି ମସସ୍ୟାରେ ସିଧା ହସ୍ତକ୍ଷେପ ଜାରି ରଖିଛି ପାକିସ୍ତାନ ସେନା । ଏକାଧିକ ଆଲୋଚନାର ପ୍ରୟାସ ହୋଇଥିଲେ ମଧ୍ୟ ପାକିସ୍ତାନର ଆତଙ୍କବାଦ ପ୍ରୋତ୍ସାହନ ନୀତି ଯୋଗୁ ସମ୍ପର୍କରେ ସୁଧାର ଆସିବା ସମ୍ଭବ ହୋଇନଥିବା ବେଳେ ସମାଧାନ ପାଇଁ ଏପରି ମତ ରଖିଥିଲେ ପାକିସ୍ତାନ ସେନା ମୁଖ୍ୟ ବାଜଓ୍ବା ।

ଅନ୍ୟପଟେ ଭାରତ ମଧ୍ୟ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ସମାଧାନ ଚାହିଁ ଆସୁଛି । ମାତ୍ର ପାକିସ୍ତାନ ପକ୍ଷରୁ ସୀମାପାର ଆତଙ୍କବାଦ, କାଶ୍ମୀରରେ ଅସ୍ଥିରତା ଆତଙ୍କବାଦ ସୃଷ୍ଟି ଓ ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ରେଖାରେ ଅସ୍ତ୍ର ବିରତି ଉଲଙ୍ଘନ ପରି ଏକାଧିକ କାର୍ଯ୍ୟକଳାପ ଦୁଇ ଦେଶର ସମ୍ପର୍କରେ ବାଧାସୃଷ୍ଟି କରିଆସିଛି ।

Related Posts