ନୁପୁର ଶର୍ମାଙ୍କୁ ଗିରଫ କରିବା ଦାବିରେ ଜାମା ମସଜିଦ ବାହାରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୁପୁର ଶର୍ମାଙ୍କ ବିରୋଧରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ଦିଲ୍ଲୀର ଜାମା ମସଜିଦ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ହାତରେ ପୋଷ୍ଟର ଏବଂ ବ୍ୟାନର ଧରିଥିବା ଲୋକମାନେ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଛି । ପ୍ରଦର୍ଶନକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ପ୍ରଦର୍ଶନ ସମ୍ପର୍କରେ ଜାମା ମସଜିଦର ଶାହି ଇମାମ କହିଛନ୍ତି ଯେ ମସଜିଦ କମିଟି ଦ୍ୱାରା ପ୍ରଦର୍ଶନ ପାଇଁ କୌଣସି ଆହ୍ୱାନ ଦିଆଯାଇ ନାହିଁ। ଗତକାଲି ଯେତେବେଳେ ଲୋକମାନେ ବିରୋଧ କରିବାକୁ ଯୋଜନା କରୁଥିଲେ ଆମେ ସେମାନଙ୍କୁ ସ୍ପଷ୍ଟ ଭାବରେ କହିଥିଲୁ ଯେ ଜାମା ମସଜିଦ (କମିଟି) ର ବିରୋଧ ପାଇଁ କୌଣସି ଆହ୍ୱାନ ନାହିଁ ।

ବିକ୍ଷୋଭକାରୀମାନେ କିଏ ବୋଲି ଆମେ ଜାଣି ନାହୁଁ। ମୁଁ ଭାବୁଛି ସେମାନେ ଓୱେସିଙ୍କର ଲୋକଙ୍କର ଅଟନ୍ତି । ଆମେ ଏହା ସ୍ପଷ୍ଟ କରିଛୁ ଯେ ଯଦି ସେମାନେ ବିରୋଧ କରିବାକୁ ଚାହାଁନ୍ତି, ସେମାନେ କରିପାରିବେ, କିନ୍ତୁ ଆମେ ସେମାନଙ୍କୁ ସମର୍ଥନ କରିବୁ ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts