ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କ ପତ୍ନୀ ପୁନମ ଜୈନଙ୍କୁ ଜାମିନ୍

ନୂଆଦିଲ୍ଲୀ:ଆମ ଆଦ୍ମୀ ପାର୍ଟି ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କର ପତ୍ନୀ ପୁନମ ଜୈନଙ୍କୁ ଯାମିନ ପ୍ରଦାନ । ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ବେଳେ ଏବେ ଦିଲ୍ଲୀ କୋର୍ଟ ପୁନମ ଜୈନଙ୍କୁ ଯାମିନ ପ୍ରଦାନ କରିଛନ୍ତି । ଆର୍ଥିକ ହେର୍‌ଫେର୍ ମାମଲାରେ ଗିରଫ ହୋଇଥିବା ପୁନମଙ୍କୁ ବ୍ୟକ୍ତିଗତ ୧ ଲକ୍ଷ ଟଙ୍କାର ମୁଚାଲିକାରେ ଶନିବାର ଅନ୍ତରୀଣ ଯାମିନ ପ୍ରଦାନ କରିଛନ୍ତି କୋର୍ଟ।

ଆର୍ଥିକ ହେର୍‌ଫେର୍ ମାମଲାରେ ମେ ମାସ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହାର ମାସକ ପୂର୍ବରୁ ଜୈନ ପରିବାରଙ୍କ ସହ ସମ୍ପୃକ୍ତ ଥିବା ୪.୮୧ କୋଟି ମୂଲ୍ୟର ସମ୍ପତ୍ତିକୁ ଆୟ ବହିର୍ଭୁତ ଦର୍ଶାଇଥିଲା ଇଡି।

ସୂଚନା ଥାଉକି ଆର୍ଥିକ ହେରଫେର୍ ମାମାଲାରେ ଇଡି ସତେନ୍ଦ୍ର ଜୈନ୍‌ ଓ ତାଙ୍କ ପତ୍ନୀଙ୍କ ସମେତ ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଯାହାକୁ ଗୁରୁତର ସହ ନେଇଥିଲେ ଦିଲ୍ଲୀ କୋର୍ଟ। ଦୁର୍ନୀତି ମାମଲାରେ ଜୈନ୍‌ଙ୍କ ସମ୍ପୃକ୍ତି ନେଇ ଏହା ଯଥେଷ୍ଟ ପ୍ରମାଣ ହେବ ବୋଲି ଦିଲ୍ଲୀ କୋର୍ଟ କହିଥିଲେ। ଏଭଳି ମାମଲାରେ ୨୦୦୨ ପିଏମ୍‌ଏଲ୍‌ଏ(ଆର୍ଥିକ ହେର୍‌ଫେର୍ ନିରୋଧକ ଆଇନ) ଧାରା ୩ ଓ ୪ ଦଣ୍ଡନୀୟ ହୋଇପାରେ ବୋଲି କୋର୍ଟ କହିଥିଲେ। ତେବେ ଏସବୁ ପରେ ଆଜି ଦିଲ୍ଲୀ କୋର୍ଟ ପୁନମଙ୍କୁ ଯାମିନ ଦେଇଛନ୍ତି। ଅଗଷ୍ଟ ୨୦ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ ।

Related Posts