ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛନ୍ତି । କାହିଁକିନା ତାଙ୍କ ଭଣଜାଙ୍କ ଘରେ ଇଡି ରେଡ କରି କୋଟି କୋଟି ଟଙ୍କା ଜବତ କରିଛି । ଏ ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ଚନ୍ନୀଙ୍କୁ ସମାଲୋଚନା କରିଥିବାର ଦେଖିବାକୁ ମିଳିଥିଲା । ଏପରିକି ଏହାର ପ୍ରତିକ୍ରିୟା ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ମାନହାନୀ ମାମଲା ଦାଏର କରିବେ ବୋଲି ଚନ୍ନୀ ଗତକାଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଥିଲେ । ଏହାର ଠିକ ଗୋଟିଏ ଦିନ ପରେ ଅକାଳି ଦଳର ମୁଖ୍ୟ ଚନ୍ନୀଙ୍କୁ ଏହି ମାମଲା ନେଇ ପୁଣିଥରେ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଅକାଳି ଦଳର ମୁଖ୍ୟ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ଓ ହନିଙ୍କ ଏକ ଭିଡିଓ ଜାରି କରି ଚନ୍ନୀଙ୍କୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ସର୍ମ୍ପକୀୟ ଭୁପିନ୍ଦର ହନିଙ୍କ ଠାରୁ ପ୍ରାୟ ୫୫ କୋଟି ଟଙ୍କା ମିଳିଛି ।
ଏହି ଟଙ୍କା କେଉଁଠୁ ଆସିଲା ସିଏମ୍ ଚାନ୍ନି ଏବଂ କଂଗ୍ରେସ କହିବା ଉଚିତ୍। ଲକ୍ଷ ଲକ୍ଷ ମୂଲ୍ୟର ରୋଲକ୍ସ ଘଣ୍ଟା ଏବଂ କୋଟି କୋଟି ମୂଲ୍ୟର ସମ୍ପତ୍ତି କେଉଁଠୁ ଆସିଲା ? ତାଙ୍କ ସମ୍ପକୀୟଙ୍କ ବ୍ୟବସାୟ କଣ ? ଏସବୁର ଉତ୍ତର ଚନ୍ନୀଙ୍କୁ ଦେବାକୁ ପଡ଼ିବ ବୋଲି ଅକାଳି ଦଳର ମୁଖ୍ୟ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । କେବଲ ଏତିକି ନୁହେଁ ଚନ୍ନୀ ମଧ୍ୟ ଏହି ଦୁର୍ନୀତିର ଏକ ଅଂଶ । ଏନେଇ ଗଣତନ୍ତ୍ର ଦିବସରେ ଲଗାଯିବାକୁ ଥିବା ଏକ ପୋଷ୍ଟର ଅକାଳି ଦଳର ମୁଖ୍ୟ ସେୟାର କରିଛନ୍ତି । ଯେଉଁଥିରେ ଚନ୍ନୀ, କଂଗ୍ରେସର ବରିଷ୍ଠ ନେତା ଏବଂ ଭୁପିନ୍ଦର ହନି ଥିଲେ । ତେଣୁ ଚନ୍ନୀ-ହନି-ମନିର ମିଶ୍ରଣ ବୋଲି ଅକାଳି ଦଳର ମୁଖ୍ୟ ସୁଖବିର ସିଂହ ବାଦଳ ଦାବି କରିଛନ୍ତି ।
