ୟୁପି ପଲିଟିକ୍ସ; ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ମଧ୍ୟରୁ ୫୧ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା ବିଏସପି

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରୁଛନ୍ତି । ଏହା ମଧ୍ୟରେ ମାୟାବତୀଙ୍କ ବହୁଜନ ସମାଜ ଦଳ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଥିବାର ଦେଖିବାକୁ ମିଳିଛି । ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ମଧ୍ୟରୁ ୫୧ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଛି । ସେପଟେ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବା ସହ ମାୟାବତୀ ଏକ ନାରା ମଧ୍ୟ ଦେଇଥିବାର ଦେଖିବାକୁ ମିଳିଛି । ‘ହର ପୁଲିଂ ବୁଥ କୋ ଜିତନା ହେ’ ବୋଲି ମାୟାବତି କହିଛନ୍ତି ।

ଏହା ସହ ମୋର ପୁରା ବିଶ୍ୱାସ ଅଛି ଯେ ବିଏସପି କର୍ମୀମାନେ ୨୦୦୭ ଭଳି ଦଳକୁ କ୍ଷମତାକୁ ଆଣିବା ପାଇଁ ପୁରା ଚେଷ୍ଟା କରିବେ । ଏ ଖବର ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଅନ୍ୟପଟେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ପ୍ରଥମ ପର୍ଯ୍ୟାୟ ମତଦାନ ଫେବୃଆରୀ ୧୦ ରେ ଅନୁଷ୍ଠିତ ହେବ । ମୋଟ ସାତୋଟି ପର୍ଯ୍ୟାୟରେ ଚଳିତଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେପଟେ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Related Posts