କ୍ୟାବିନେଟ ସମ୍ପ୍ରସାରଣର ଗୋଟିଏ ଦିନ ପରେ ନୂଆ ମନ୍ତ୍ରୀଙ୍କୁ ମିଳିଲା ବିଭାଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାବିନେଟ ସମ୍ପ୍ରସାରଣର ଗୋଟିଏ ଦିନ ପରେ ନୂଆ ମନ୍ତ୍ରୀଙ୍କୁ ମିଳିଲା ବିଭାଗ । ତେବେ କ୍ୟାବିନେଟରେ ଗତକାଲି ପାଞ୍ଚ ଜଣ ମନ୍ତ୍ରୀ ସାମିଲ ହୋଇଥିଲେ । ଏହାର ଠିକ ଗୋଟିଏ ଦିନ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନୂତନ ମନ୍ତ୍ରୀଙ୍କ ବିଭାଗ ବଣ୍ଟନର ଘୋଷଣା କରିଛନ୍ତି । ସେପଟେ ଦ୍ୱିତୀୟଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ନୂତନ ମନ୍ତ୍ରୀ ଅମନ ଆରୋରାଙ୍କୁ ଲୋକସମ୍ପର୍କ ବିଭାଗ ମିଳିଛି । ସେହିପରି ଚେତନ ସିଂ ଜୌରାମାଜରାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଦିଆଯାଇଛି ।

ଅନ୍ୟପଟେ ଡକ୍ଟର ଇନ୍ଦରବୀର ସିଂ ନିଜାରଙ୍କୁ ସାଧାରଣ ପ୍ରଶାସନ ବିଭାଗ, ଅନମୋଲ ଗଗନମାନଙ୍କୁ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଫୌଜା ସିଂହଙ୍କୁ ଖାଦ୍ୟ ପ୍ରକି୍ରୟାକରଣ ମନ୍ତ୍ରଣାଳୟର ପରିଚାଳନା କରିବେ । ସେପଟେ ପଞ୍ଜାବ କ୍ୟାବିନେଟରେ ସାମିଲ ହୋଇଥିବା ସମସ୍ତ ନୂଆ ମନ୍ତ୍ରୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁଭକାମନା ଜଣାଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts