ପୁରୀ ସେବାୟତ ହତ୍ୟା ଘଟଣା; କୋରାପୁଟରୁ ଧରାପଡ଼ିଲେ ଆଉ ୪ ଅଭିଯୁକ୍ତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକଣ୍ଡ ମାମଲାରେ ଆଉ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି। ସେପଟେ କୁନୁମୁନ, ଟୁଟୁ, ହରିକୁ ଗିରଫ କରିବା ସହ ସେମାନଙ୍କୁ ଆଶ୍ରୟ ଦେଇଥିବା ଜଗନ ଖଟେଇଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରୁଛି। ଅନ୍ୟପଟେ ଫେରାର ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବାରେ ପୁରି ପୁଲିସ ସଫଳ ହୋଇଛି। ଟୁଟୁ ସୁଆର, କୁନମୁନ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରାଯାଇଛି। ତେବେ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଗତକାଲି ଗୁନ ସିଂହାରୀଙ୍କ ଭାଇ ନିତ୍ୟାନନ୍ଦ ମହାପାତ୍ର ଓ ପୁତୁରା ଦୋଳଗୋବିନ୍ଦଙ୍କ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଥିଲା।

ଏମାନଙ୍କ ମଧ୍ୟରେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବି ସେ କହିଥିଲେ। ଏହି ହତ୍ୟାକାଣ୍ଡରେ ୯ ଜଣ ସାମିଲ ଥିବା ବି ଏସପି ସ୍ପଷ୍ଟ କରିଥିଲେ। ଏବେ ବି ଟୁଟୁ ସୁଆର, କୁନମୁନ ଓ ହରି ପଣ୍ଡା ଫେରାର ଥିବା ନେଇ ସୂଚନା ଦେଇଥିଲେ ଏସପି। । ଏହି ତିନି ଅଭିଯୁକ୍ତଙ୍କୁ ପୁଲିସ୍ ଖୁବ୍ ଶୀଘ୍ର ଧରିବ ବୋଲି ସେ କହିଥିଲେ। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡର ସିନ୍ ରିକ୍ରିଏଟ୍ କରାଯିବ ବୋଲି ପୁରୀ ଆରକ୍ଷୀ ଅଧିକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts