ପୁଷ୍କର ସିଂ ଧାମୀ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ୪ ମାସ ମଧ୍ୟରେ ଉତ୍ତରାଖଣ୍ଡ ଜନତାଙ୍କ ଆଗରେ ତୃତୀୟ ମୁଖ୍ୟମନ୍ତ୍ରୀ ରଖିଛି ବିଜେପି ।ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିିଥିଲା। ବର୍ତ୍ତମାନ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଖାତିମାରୁ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୁଷ୍କର ସିଂ ଧାମିଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପାଇଁ ବିଜେପି ବିଧାୟକ ଦଳର ନେତା ଭାବେ ବାଛିଛି। ମାତ୍ର ୩ ମାସ କିଛି ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ତିରଥ ସିଂ ରାୱତ ଦିଲ୍ଲୀ ଯାଇ ଇସ୍ତଫା ଦେଇଥିଲେ। ସେବେଠାରୁ ଉତ୍ତରାଖଣ୍ଡରେ ସିଏମ୍ ଚେହେରାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।  କିନ୍ତୁ ଦଳ ଶେଷରେ ଧାମିଙ୍କ ନାମରେ ମୋହର ମାରିଛି। ସୂଚନା ମୁତାବକ ପୁଷ୍କର ସିଂ ଧାମି ଆଜି ଶପଥ ଗ୍ରହଣ କରିବେ।  ଏଥିପାଇଁ ରାଜ ଭବନରେ ମଧ୍ୟ ପ୍ରସ୍ତୁତି ଚାଲିଛି।

 ପୁଷ୍କର ଧାମି କିଏ ?

 ପୁଷ୍କର ସିଂ ଧାମି ପୂର୍ବରୁ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ରହିଛନ୍ତି । ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପରି ସେ ମଧ୍ୟ ଆରଏସଏସର ନିକଟତର ବୋଲି ବିବେଚନା କରାଯାଏ।  ଧାମି ଦୁଇଥର ଖତିମା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଅଖିଳ ଭାରତ ବିଦ୍ୟା ପରିଷଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି।  ଦୀର୍ଘ ସମୟ ଧରି ଛାତ୍ର ରାଜନୀତିରେ ରହିବା ପରେ ସେ ଉତ୍ତରାଖଣ୍ଡ ରାଜନୀତିରେ ପ୍ରବେଶ କରିଥିଲେ।  ଏଥି ସହିତ ସେ ବିଧାୟକରୁ ସିଧାସଳଖ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂ ରାୱତ । ଗତକାଲି ବିଳମ୍ବିତ ରାତିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ୍ , ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ କେନ୍ଦ୍ରୀୟ ନେତାଙ୍କ ସହ ଦିଲ୍ଲୀରେ ବୈଠକ ପରେ ପରେ ଏପରି ହଠାତ୍ ଇସ୍ତଫା ଦେଇଛନ୍ତି । ଏହା ପଛରେ ସମ୍ବିଧାନିକ ସଂକଟ ଏକ କାରଣ ବୋଲି ଶୁଣାଯାଉଛି । ତ୍ରିବେନ୍ଦ୍ର ସିଂଙ୍କୁ ହଟାଇ ମାର୍ଚ୍ଚ ୧୦ ତାରିଖରେ ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ଏବେ ପୁଷ୍କର ସିଂ ଧାମି ହେବେ ନୂଆ ମୁଖ୍ୟମନ୍ତ୍ରୀ ।

Related Posts