ଘାୟଲ୍ ହୁଁ, ଇସଲିଏ ଘାତକ ହୁଁ କହି ଦଳୀୟ ନେତୃତ୍ୱକୁ ଚେତାବନୀ ଦେଲେ ରାଘବ ଚଢ଼ା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଘାୟଲ୍ ହୁଁ, ଇସଲିଏ ଘାତକ ହୁଁ କହି ଦଳୀୟ ନେତୃତ୍ୱକୁ ଚେତାବନୀ ଦେଲେ ରାଘବ ଚଢ଼ା । ରାଜ୍ୟସଭା ଉପ-ନେତା ପଦରୁ ହଟାଯିବା ପରେ ଆମ ଆଦମୀ ପାର୍ଟି ନେତୃତ୍ୱ ବିରୋଧରେ ଖୋଲାଖୋଲି ଭାବେ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଏକ ଭିଡିଓ ବାର୍ତ୍ତା ଜାରି କରି ସେ ନିଜ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି ଦର୍ଶାଇବା ସହ ଏହାକୁ ଏକ ”ସୁଚିନ୍ତିତ ଓ ପ୍ରାୟୋଜିତ ଅଭିଯାନ” ବୋଲି କହିଛନ୍ତି। ପଦରୁ ହଟିବା ପରେ ପ୍ରଥମ ପ୍ରତିକ୍ରିୟା ଦେଇ ଚଢ଼ା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଫିଲ୍ମ ”ଧୁରନ୍ଧର”ର ସଂଳାପ “ଘାୟଲ୍ ହୁଁ, ଇସଲିଏ ଘାତକ ହୁଁ” କହି ଦଳୀୟ ନେତୃତ୍ୱକୁ ଚେତାବନୀ ଦେଇଛନ୍ତି। ସେପଟେ ରାଘବ ଚଢ଼ାଙ୍କ ସ୍ପଷ୍ଟୀକରଣ ଅନୁଯାୟୀ, ଦଳ ତାଙ୍କ ବିରୋଧରେ ମୁଖ୍ୟତଃ ତିନୋଟି ଅଭିଯୋଗ ଆଣିଥିଲା। ପ୍ରଥମତଃ, ବିରୋଧୀଙ୍କ ”ୱାକ୍-ଆଉଟ୍”ରେ ସାମିଲ ନହେବା ପ୍ରସଙ୍ଗରେ ସେ ସଂସଦର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ଦ୍ୱିତୀୟରେ, ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବରେ ସ୍ୱାକ୍ଷର ନକରିବା ନେଇ ସେ କହିଛନ୍ତି ଯେ, ଏଥିପାଇଁ ତାଙ୍କୁ କୌଣସି ଆନୁଷ୍ଠାନିକ ଅନୁରୋଧ କରାଯାଇନଥିଲା ଏବଂ ଦଳର ଅନ୍ୟ ଅନେକ ସାଂସଦ ମଧ୍ୟ ସ୍ୱାକ୍ଷର କରିନାହାନ୍ତି।

Related Posts