ମୋ ନାଁ ରାହୁଲ ସାୱରକର ନୁହେଁ ରାହୁଲ ଗାନ୍ଧୀ…ମରିଯିବି କିନ୍ତୁ କ୍ଷମା ମାଗିବିନି

ନୂଆଦିଲ୍ଲୀ : କଂଗ୍ରେସର ଦେଶ ବଚାଓ ରାଲିକୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀ ବିଜେପି ଏବଂ ମୋଦୀ ସରକାର ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି ବିଜେପି ମୋର ଭାଷଣକୁ ନେଇ କ୍ଷମା ଦାବି କରୁଛି, କିନ୍ତୁ ମୁଁ କ୍ଷମା ମାଗିବିନି । ସାବରକରଙ୍କୁ ଉଲ୍ଲେଖକରି ସେ କହିଛନ୍ତି, ମୁଁ ମରିଯିବି, କିନ୍ତୁ କ୍ଷମା ମାଗିବିନି । ମୋ ନାଁ ରାହୁଲ ସାବରକର ନୁହେଁ, ରାହୁଲ ଗାନ୍ଧୀ । ଉଲ୍ଲେଖଯୋଗ୍ୟ ଯେ ବଳାତ୍କାରକୁ ନେଇ ରାହୁଲଙ୍କ ବୟାନ ବିରୋଧରେ ବିଜେପିର ମହିଳା ସାଂସଦମାନେ ଶୁକ୍ରବାର ଦିନ ସଂସଦରେ ହଙ୍ଗାମା କରିଥିଲେ । ଏହାପରେ ବିଜେପି ନିର୍ବାଚନ ଆୟୋଗରଙ୍କ ଆଗରେ ମଧ୍ୟ ଅଭିଯୋଗ କରିଥିଲା । ରାହୁଲ ଏହା ଉପରେ ଆଜି ଜବାବ ଦେଇଛନ୍ତି ।

କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଦିଲ୍ଲୀ ରାମଲୀଳା ମୈଦାନରେ ଭାରତ ବଞ୍ଚାଅ ସମାବେଶ ଆୟୋଜନ କରାଯାଇଛି । ଏହି ସମାବେଶ କୃଷକ ବିରୋଧୀ ନୀତି, ମହିଳାଙ୍କ ପ୍ରତି ବଢିଥିବା ହିଂସା, ନିଯୁକ୍ତି ଓ ସମ୍ବିଧାନ ଉପରେ ଆକ୍ରମଣ ସମ୍ବଦ୍ଧରେ କରାଯାଉଛି ବୋଲି କଂଗ୍ରେସ ନେତାମାନେ କହିଛନ୍ତି । ସମାବେଶରେ ଭାଗ ନେବାକୁ ଦେଶର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିବାବେଳେ ସମାବେଶକୁ ସଫଳ କରାଇବା ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଛି । ଏହି ସମାବେଶରେ କଂଗ୍ରେସ ନାଗରିକ ସଂଶୋଧନ ଆଇନ ପ୍ରସଙ୍ଗ ଉଠାଇବା ସହ ଦେଶରେ ମହିଳାଙ୍କ ପ୍ରତି ଦିନକୁ ଦିନ ବୃଦ୍ଧି ପାଉଥିବା ନିର୍ଯ୍ୟାତନା ତଥା ଦୁଷ୍କର୍ମ ଉପରେ ମୋଦି ସରକାରଙ୍କୁ ଚିରାଚରିତ ଢଙ୍ଗରେ ଟାଗେର୍ଟ କରିଛନ୍ତ ରାହୁଲ ଗାନ୍ଧୀ ।

ଗତ ଗୁରୁବାରଦିନ ଝାଡ଼ଖଣ୍ଡରେ ଏକ ନିର୍ବାଚନ ପ୍ରଚାରବେଳେ ରାହୁଲ ଗାନ୍ଧି କହିଥିଲେ ଯେ ମୋଦୀ କହୁଛନ୍ତି ‘ମେକ୍‌ ଇନ ଇଣ୍ଡିଆ’, କିନ୍ତୁ ପ୍ରକୃତରେ ତାହା ‘ରେପ୍‌ ଇନ୍‌ ଇଣ୍ଡିଆ’ ହୋଇଯାଇଛି । ବିଗତ କିଛି ମାସ ଧରି ସେ ବିନାୟକ ଦାମୋଦର ସଭରକରଙ୍କୁ ମଧ୍ୟ ସମାଲୋଚନା କରିଆସିଛନ୍ତି । ଗତ ସାଧାରଣ ନିର୍ବାଚନବେଳେ ରାହୁଲ କହିଥିଲେ ଯେ ସଭରକର ବ୍ରିଟିଶ ସରକାରଙ୍କୁ କ୍ଷମାପ୍ରାର୍ଥନା କରି ଜେଲ ଦଣ୍ଡରୁ ମୁକ୍ତି ପାଇଥିଲେ ।

Related Posts