ରାହୁଲ ଗାନ୍ଧୀ ନା ଅଧିନାୟକ ହେବାକୁ ଚାହୁଁଛନ୍ତି ନା ମଇଦାନରେ ଓହ୍ଲାଇବାକୁ: ଡକ୍ଟର ରମଣ ସିଂ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ଉପାଧ୍ୟକ୍ଷ ଡକ୍ଟର ରମଣ ସିଂ କଂଗ୍ରେସର ଶେଷ ହୋଇଥିବା ଚିନ୍ତନ ଶିବିରକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ରାହୁଲ ଗାନ୍ଧୀ ହେଉଛନ୍ତି ନନ୍ ପ୍ଲେଇଙ୍ଗ କ୍ୟାପଟେନ ବୋଲି କହିଛନ୍ତି । ସେପଟେ ଜୟପୁରରେ ବିଜେପିର ଜାତୀୟ କାର‌୍ୟ୍ୟାଳୟର ବୈଠକ ଶେଷ ହେବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ ଏପରି କହିଥିବାର ଦେଖିବାକୁ ମିଳିଛି । ଏହା ସହ ରାହୁଲ ଗାନ୍ଧୀ ନା ଅଧିନାୟକ ହେବାକୁ ଚାହୁଁଛନ୍ତି ନା ମଇଦାନରେ ଓହ୍ଲାଇବାକୁ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ଚିନ୍ତନ ଶିବିର ଉପରେ ମନ୍ତବ୍ୟ ଦେଇ ବିଜେପି ଉପାଧ୍ୟକ୍ଷ କହିଛନ୍ତି, “ମୋର ମନେ ଅଛି ଯେତେବେଳେ ଚିନ୍ତନ ଶିବୀର ୨୦୧୩ ରେ ଅନୁଷ୍ଠିତ ହୋଇଥିଲା, ସେତେବେଳେ କଂଗ୍ରେସ ୧୩ ଟି ରାଜ୍ୟରେ ସରକାର ଗଠନ କରିଥିଲେ। ସମାନ ଚିନ୍ତନ ଶିବୀର ୨୦୨୨ ମସିହାରେ ପୁନର୍ବାର ଘଟିଥିଲା ଏବଂ ବର୍ତ୍ତମାନ କେବଳ ଦୁଇଟି ରାଜ୍ୟ।

ମୁଁ ଭାବୁଛି ଏହି ଚିନ୍ତା ଶିବିର ପରେ ବର୍ତ୍ତମାନ କୌଣସି ରାଜ୍ୟରେ କଂଗ୍ରେସ ସରକାର ରହିବ ନାହିଁ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସର ନୀତି ତଥା ଚିନ୍ତାଧାରା ଅନୁଯାୟୀ ଏହା ଏକ “ଚିନ୍ତନ କ୍ୟାମ୍ପ” ନୁହେଁ ବରଂ “ଚିନ୍ତା କ୍ୟାମ୍ପ” ଅଟେ। ସିଂ ଆହୁରି କହିଛନ୍ତି, “ଏହି ଲୋକମାନେ ଏପରି ଜଣେ ବ୍ୟକ୍ତିଙ୍କୁ ଅଧିନାୟକ କରିବାକୁ ଚାହୁଁଛନ୍ତି ଯିଏ ନିଜେ ଅଧିନାୟକ ହେବାକୁ ଚାହୁଁ ନାହିଁ । ଏପରିକି ରାହୁଲ ଗାନ୍ଧୀ ନା ସ୍କୋର କରୁଛନ୍ତି ନା ୱିକେଟ ନେଉଛନ୍ତି ବୋଲି ଛତିଶଗଡ଼ ବିଜେପି ଉପାଧ୍ୟକ୍ଷ ଡକ୍ଟର ରମଣ ସିଂ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts