ରାହୁଲଙ୍କ ସମେତ ଅନ୍ୟ ନେତାମାନଙ୍କ ଟ୍ୱିଟର ଆକାଉଣ୍ଟକୁ ଅନଲକ କଲା ଟ୍ୱିଟର ଇଣ୍ଟିଆ

rahul

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପ୍ରାୟ ଏକ ସପ୍ତାହ ପରେ ରାହୁଲଙ୍କ ଆକାଉଣ୍ଟକୁ ଅନଲକ କରିଛି ଟ୍ୱିଟର ଇଣ୍ଡିଆ । ତେବେ ଦିଲ୍ଳୀରେ ଜଣେ ୯ ବର୍ଷର ଝିଅ ସହ ହୋଇଥିବା ବଳତ୍କାର ଓ ପରେ ହତ୍ୟା ଘଟଣାରେ ପୀତାଙ୍କ ପରିବାର ସହ ଫୋଟ ସେୟାର କରିବା ପରେ ଏସବୁ ଆରମ୍ଭ ହୋଇଥିଲା । ଶିଶୁ ଆୟୋଗର ଅଭିଯୋଗ କ୍ରମେ ଟ୍ୱିଟର ଇଣ୍ଡିଆ ରାହୁଲଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା । ତେବେ ଗୋଟିଏ ସପ୍ତାହ ବ୍ୟବଧାନରେ ଟ୍ୱିଟର ଇଣ୍ଡିଆ ରାହୁଲଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନଲକ କରିଦେଇଥିବାର ସୂଚନା ମିଳିଛି । ଏନେଇ କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟ ଦାୟିତ୍ୱରେ ଥିବା ରୋହନ ଗୁପ୍ତା ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଅପରିପକ୍ଷରେ ଅନଲକ କରିବା ପାଇଁ ଟ୍ୱିଟର ଦ୍ୱାରା କୌଣସି କାରଣ ଦିଆଯାଇ ନାହିଁ ।

ଅନ୍ୟପଟେ ଟ୍ୱିଟର ଆକାଉଣ୍ଟ ବନ୍ଦ ହେବା ପରେ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟର ଇଣ୍ଡିଆକୁ ତୀବ୍ର ସମାଲୋଚନା କରିଥିଲେ । ତେବେ ଟ୍ୱିଟର ଇଣ୍ଡିଆକୁ କମ୍ପାନୀ ନୁହେଁ ବରଂ କେନ୍ଦ୍ର ସରକାର ଚଳାଉଛି ବୋଲି ରାହୁଲ ଗାନ୍ଧି କହିଥିଲେ । ଏବଂ ତାଙ୍କ ହ୍ୟାଣ୍ଡେଲ ବନ୍ଦ କରିବା ଦେଶର ଗଣତାନ୍ତ୍ରିକ ଗଠନ ଉପରେ ଆକ୍ରମଣ ବୋଲି କହିଥିଲେ। ଅପରିପକ୍ଷରେ ସବୁଠାରୁ ରୋଚକ କଥାଟି ହେଉଛି ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କ ଗତକାଲି ବଦଳି ହୋଇଥିଲା । ତେବେ ତାଙ୍କୁ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ପୁଣିଥରେ ଆମେରିକା ଡାକିଥିବାର ସୂଚନା ମିଳିଛି ।

Related Posts